Home ଓଡ଼ିଶା ପୁଲିସକୁ ଆକ୍ରମଣ

ପୁଲିସକୁ ଆକ୍ରମଣ

210

କେନ୍ଦ୍ରାପଡା,୦୬/୦୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗଣେଶ ପୂଜା ଭସାଣୀ ବେଳେ ପାଟ୍ରୋଲିଂ କରୁଥିବା ସମୟରେ ଆଳି ପୋଲିସ ଗାଡିକୁ ସଂଘବଦ୍ଧଭାବେ ଆକ୍ରମଣ କରାଯାଇଛି । ଫଳରେ ୫ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗତକାଲି ରାତିରେ କୌଣସି ଏକ କାରଣରୁ ଆଳି ବଜାର ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ ଖବର ପାଇ ଆଳି ପୋଲିସ ପହଚିଂବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଗତକାଲି ଦୁଇ ଗୋଷ୍ଠୀର ଗଣେଶ ପୂଜାମଣ୍ଡପରେ ଡିଜେ ମାଇକ୍ ବଜାଇବାକୁ ବାରଣ କରିଥିଲା ହେଲେ ଗୋଟିଏ ଗୋଷ୍ଠୀ କଥା ନମାନିବାରୁ ଗୋଟିଏ ଗୋଷ୍ଠୀର ସାଉଣ୍ଡ ମେସିନକୁ ଜବତ ମଧ୍ୟ କରିଥିଲା ।

ତେବେ ପରେ ରାତିରେ ଥାନା ଏସଆଇ ଭଗବାନ ମାଝି ଓ ତିନି ଜଣ କନଷ୍ଟେବଳ ଧରି ନିଆଳ ଗୌଡପାଟଣା ରାସ୍ଥାରେ ପାଟ୍ରୋଲିଂ କରୁଥିବା ସମୟରେ ଅଚାନକ ଗୋଟିଏ ଗୋଷ୍ଠୀର ୨୫ ଜଣରୁ ଉର୍ଦ୍ଧ୍ବ ଲୋକ ଠେଙ୍ଗା କୋଦାଳ ଧରି ପୋଲିସ ଗାଡିକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯାହା ଫଳରେ ଗାଡିର ଆଗ କାଚ ଭାଙ୍ଗିଯିବା ସହିତ ଏସଆଇ ସାମାନ୍ୟ ଆହତ ହୋଇଛନ୍ତି । ୩ଜଣ କନଷ୍ଟେବଳ ଓ ଡ୍ରାଇଭର ଆହତ ହୋଇ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.