Home ଓଡ଼ିଶା ଆଜି ଆସୁଛନ୍ତି ଆମିକସ କ୍ୟୁରୀ

ଆଜି ଆସୁଛନ୍ତି ଆମିକସ କ୍ୟୁରୀ

91

ଭୁବନେଶ୍ଵର,୦୬/୦୯,(ଓଡ଼ିଆ ପୁଅ ପି ନାଏକ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଶ୍ରୀମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରୀ । ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଗସ୍ତ କରିବେ ଆମିକସ୍‌ କ୍ୟୁରୀ ରଞ୍ଜିତ କୁମାର । ତାଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଆସିବେ । ପୁରୀରେ ଉଛେଦ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବେ । ଅନୁଧ୍ୟାନ ପରେ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ । ଆମିକସ୍‌ କ୍ୟୁରୀ ଓ ସଲିସିଟର ଜେନେରାଲ ଆଜି ସଂଧ୍ୟାରେ ଭୁବନେଶ୍ୱର ପହଞ୍ଚିବା ପରେ ପୁରୀ ଗସ୍ତ କରିବେ ।

୭ ତାରିଖରେ ଭୁବନେଶ୍ୱରରୁ ଫେରି ଦିଲ୍ଲୀ ଗସ୍ତ କରିବେ । ଏହାପୂର୍ବରୁ ଶ୍ରୀମନ୍ଦିର ଚାରି ପାଖରୁ ଚାଲିଥିବା ଉଚ୍ଛେଦ କାମ ଉପରେ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ଏହାସହ ପୁରୀ ଯାଇ ସ୍ଥିତି ଅନୁଧ୍ୟାନ ପାଇଁ ସଲିସିଟର ଜେନେରାଲ ଓ ଆମିକସ କ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.