Home ଜିଲ୍ଲା ପରିକ୍ରମା ପୁରୁଣାବଜାର କିମ୍ବା ଚନ୍ଦନବଜାରରେ ଏସ୍‌ବିଆଇ ଶାଖା ଖୋଲିବା ପାଇଁ ୬ଷ୍ଠ ଦାବିପତ୍ର

ପୁରୁଣାବଜାର କିମ୍ବା ଚନ୍ଦନବଜାରରେ ଏସ୍‌ବିଆଇ ଶାଖା ଖୋଲିବା ପାଇଁ ୬ଷ୍ଠ ଦାବିପତ୍ର

25

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଚନ୍ଦନବଜାର କିମ୍ବା ପୁରୁଣାବଜାରରେ ଏକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଖୋଲିବା ପାଇଁ ଆଜି ୧୦ ଘଟିକା ସମୟରେ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଅପର୍ତ୍ତିବିନ୍ଧା ଷ୍ଟେଟ୍ ବ୍ୟାଙ୍କ ଶାଖା ପରିଚାଳକଙ୍କ ଜରିଆରେ ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ବ୍ୟାଙ୍କ ସର୍କଲ ମ୍ୟାନେଜରଙ୍କୁ ଷଷ୍ଠ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ଅନୁସାରେ ଭଦ୍ରକ ମ୍ୟୁନସିପାଲିଟିର ୧ ରୁ ୧୫ ୱାର୍ଡ ମଧ୍ୟରେ ଏସ୍‌ବିଆଇର ୪ଟି ଶାଖା, ୨୫ ଟି ଏଟିଏମ୍ ଏବଂ ଅନ୍ୟ ବ୍ୟାଙ୍କର ଶାଖା ଅଛି। ୱାର୍ଡ ନଂ ୧ ରୁ ୧୫ ମଧ୍ୟରେ ଲୋକସଂଖ୍ୟା ୬୦ ହଜାର ଥିବାବେଳେ ୧୬ ରୁ ୩୦ ନଂ ୱାର୍ଡ ମଧ୍ୟରେ ୭୦ ହଜାର ଲୋକସଂଖ୍ୟା ଅଛି। ତେବେ ଏଠାରେ ବ୍ୟାଙ୍କ ଶାଖାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ୬ଷ୍ଠ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ପୂର୍ବତନ ବିଧାୟକ ଶ୍ରୀ ପଲେଇ ସୂଚନା ଦେଇଛନ୍ତି। ଏହାପୂର୍ବରୁ ସେମାନେ ୫ଥର ଦାବିପତ୍ର ଦେଇଆସିଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ପାଇନାହାଁନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ବିଭୂତି ସାହୁ, ଅମର ପାଣିଗ୍ରାହୀ, ଅରୁଣ ମୁଜମଦାର, ସେକ୍ ଜଫିର, ସେକ୍ ପପୁ, ସେକ୍ ଶୁବାନ, ସେକ୍ ସୁଲେମାନ, ସେକ୍ ରିଆଜ, ସେକ୍ ହୁରିଆ, ଧବଳା ପଣ୍ଡା, ମୁନ୍ନା ପରିଡା, ବାବୁ ବାରିକ, ବାବୁ ମହାପାତ୍ର, ଟୁକୁ ସାହୁ, କୁଟିଆ ନାୟକ, ଚିଲିକା, ସୁଶାନ୍ତ, କାଳିଆ ମିଶ୍ର, ବଲିଆ ବେହେରା, ପ୍ରଭାସ ମଲ୍ଲିକ, ଉଜ୍ଜଳ, ଚିଦା ବାରିକ, କଲ୍ଲୋଳ ଲେଙ୍କା, ଟୁଟୁ କବାଟ, ଯତିନ ଜେନା, ଦେବଦତ୍ତ ରାଉତରାୟ, ଗୌତମ ମୈତ୍ର, ଚିନ୍ମୟ ମଲ୍ଲିକ, ବିଶ୍ୱଜିତ୍ ମହାପାତ୍ର, ବୈଲୋଚନ ଲେଙ୍କା, ଟୁକୁ ପଲେଇ, ଦିପୁ ପଲେଇ, ପ୍ରଶାନ୍ତ ଧଳ, ରଣଜିତ୍ ନାୟକ, କ୍ଷେତ୍ରବାସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.