Home ଓଡ଼ିଶା ପୁରୀ ପୋଲିସକୁ ବଡ଼ ସଫଳତା

ପୁରୀ ପୋଲିସକୁ ବଡ଼ ସଫଳତା

48

ପୁରୀ, ୮/ ୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ୩୧୬ ନଂ ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ଏକ ବଡ଼ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୁରୀ ପୋଲିସ। ଦୀର୍ଘ ଦିନ ହେଲା ପୋଲିସ ଆଖିରେ ଧୂଳି ଦେଇ ୨ ଚକିଆ ଓ ୪ ଚକିଆ ଯାନକୁ ଅଟକାଇ ଏମାନେ ଛିନତାଇ କରୁଥିଲେ। ଏମାନଙ୍କ ମଧ୍ୟରେ ୬ ଜଣ ଲୁଟେରାଙ୍କୁ ଧରି ପୁରୀ ପୋଲିସ କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ୨ ଟି ମୋଟରସାଇକେଲ ସହ ୨ ଟି ମୋବାଇଲ ଜବତ କରାଯାଇଛି। ଏମାନଙ୍କୁ ଧରିବା ପାଇଁ ପୁରୀ ଏସପି ବିଶାଲ ସିଂଙ୍କ ନିର୍ଦ୍ଦେଶକ୍ରବେ ପିପିଲି ଏସଡ଼ିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ସତ୍ୟବାଦୀ ଓ ପିପିଲି ଆଇଆଇସି ମଧ୍ୟ ଏହି ଟିମରେ ସାମିଲ ହୋଇଥିଲେ। ଗତ କାଲି ପିପିଲି ଓ ସତ୍ୟବାଦୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାତି ଅଧିଆ ଚଢ଼ାଉ କରି ୪ ଜଣ ଲୁଟେରା ଓ ୨ ଜଣ ସହଯୋଗୀଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ୬ ଜଣଙ୍କୁ ଆଜି ପୋଲିସ କୋର୍ଟ ଚାଲାଣ କରିଛି। ଏମାନଙ୍କ ବିରୁଦ୍ଧରେ ଏକାଧିକ ଚୋରୀ ମାମଲା ରହିଛି। ତେବେ ଏମାନେ ବିଶେଷ କରି ୩୧୬ ନଂ ଜାତୀୟ ରାଜପଥର ହଂସପାଳରୁ ପୁରୀ ମଧ୍ୟରେ ଲୁଟତରାଜ କରନ୍ତି। ୨ ଚକିଆ ଓ ୪ଚକିଆ ଯାନରେ ଆସୁଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ବାରମ୍ବାର ଏଭଳି ଅଭିଯୋଗ ଆସିବା ପରେ ପୁରୀ ଏସପି ଏହାକୁ ଗୁରୁତ୍ୱର ସହ ନେଇ ସ୍ୱତନ୍ତ୍ର ଟିମ ଗଠନ କରି ଚଢ଼ାଉ ଆରମ୍ଭ କରିଛନ୍ତି। ପ୍ରଥମିକ ପର୍ଯ୍ୟାୟରେ ପୋଲିସ ସଫଳ ହୋଇଥିଲେ ମଧ୍ୟ ଟଙ୍କା, ସୁନା, ରୂପା ଆଦି ମୂଲ୍ୟବାନ ଜିନିଷପତ୍ର ଉଦ୍ଧାର ହୋଇନାହିଁ। ପୋଲିସ ଚଢ଼ାଉ ଜାରୀ ରଖିବ ବୋଲି ଏସପି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.