Home ଜିଲ୍ଲା ପରିକ୍ରମା ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ

64

ପୁରୀ ୨୩/୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ଜିଲ୍ଲା ଐତିହ୍ୟ ଓ ପ୍ରକୃତିର ଗନ୍ତାଘର। ବିକାଶ ମୂଳକ କାର୍ଯ୍ୟ ସମୟରେ ଏହାର ସଂରକ୍ଷଣ କରାଯାଉ। ପୁରୀ ଦେଶର ଆଧ୍ୟାତ୍ମିକ ରାଜଧାନୀ। ଏହାର ପବିତ୍ରତା ଏବଂ ଧାର୍ମିକ ପରିବେଶ ଅକ୍ଷୁର୍ଣ୍ଣ ରଖାଯିବାକୁ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି। ପୁରୀ ବିକାଶ ପରିଷଦ ପକ୍ଷରୁ ଆଜି ୟୁଥ୍ ହଷ୍ଟେଲରେ ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହର କରାଯିବ ଓ ଲୋକଙ୍କ ସହଯୋଗ ବିନା ଏହା ସଫଳ ହୋଇପାରିବ ନାହିଁ ବୋଲି କହିଥିଲେ। ପୁରୀରେ ରହିଥିବା ବିଭିନ୍ନ ମଠ ମନ୍ଦିର ଏବଂ ପ୍ରାଚୀନ ଐତିହ୍ୟ ଗୁଡ଼ିକର ସୁରକ୍ଷା ସହ ଜନସାଧାରଣଙ୍କ ପରାମର୍ଶ ଏବଂ ପ୍ରସ୍ତାବକୁ ସ୍ବାଗତ କରାଯାଉଛି। ପୁରୀ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଏକ ସୁନ୍ଦର ପଦକ୍ଷେପ। ଏହାକୁ ବ୍ୟାପକ ଆଲୋଚନା କରାଯାଇ ଏକ ଚୁଡାନ୍ତ ରୂପରେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ସହଯୋଗ କରିବ। ପୁରୀ ବିକାଶ ପରିଷଦର ଏଭଳି ଉଦ୍ୟମକୁ ସେ ସାଧୁବାଦ୍ ଜଣାଇଛନ୍ତି। କେବଳ ପୁରୀ ନୁହେଁ ଜିଲ୍ଲାର ବିକାଶ ପାଇଁ ଶିକ୍ଷାବିତ, ବୁଦ୍ଧିଜୀବୀମାନେ ନିର୍ଦ୍ଧିଷ୍ଟ ପ୍ରସ୍ତାବ ଦେବାକୁ ଅତିରିକ୍ତ ଜିଲାପାଳ ପରାମର୍ଶ ଦେଇଥିଲେ। ପୁରୀ ପୌର ସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥ ଓଡ଼ିଶାର ପରିଚୟ ବୋଲି କହିଥିଲେ। ପୁରୀର ଐତିହ୍ୟ, ସଂସ୍କୃତି, ପରମ୍ପରା ବିଶ୍ବବ୍ୟାପୀ ହୋଇଛି। ପୁରୀକୁ ନେଇ ପ୍ରତ୍ୟେକ ଅଧିବାସୀ ଆଜି ଗର୍ବ କରିବା ଉଚିତ୍। ପୁରୀକୁ ସ୍ୱଚ୍ଛ, ସବୁଜ ଏବଂ ପ୍ରଦୂଷଣମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ସେ ଆହ୍ବାନ କରିଛନ୍ତି। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ସେଠୀ, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଶ୍ରୀ ଜୟ ଶଙ୍କର ଯୋଶୀ ଏବଂ ବିଶିଷ୍ଟ ଗାନ୍ଧିବାଦୀ ଶ୍ରୀ ଗୌରାଙ୍ଗ ଚରଣ ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମହାତ୍ମା ଗାନ୍ଧୀ ପୁରୀକୁ ଭଲ ପାଇବା ସହ ବାରମ୍ବାର ଏଠାକୁ ଆସିଛନ୍ତି। ଗାନ୍ଧିଜୀ ତାଙ୍କ ସଂପାଦକୀୟରେ ପୁରୀ ବିଷୟରେ ଅନେକ ଗୁରୁତ୍ତ୍ୱପୂର୍ଣ ତଥ୍ୟ ଉଲେଖ କରିଛନ୍ତି ବୋଲି ଶ୍ରୀ ପରିଡ଼ା କହିଥିଲେ। ପୁରୀ ବିକାଶ ପରିଷଦ ସଭାପତି ଶ୍ରୀ ଜଗନ୍ନାଥ ବସ୍ତିଆ କାର୍ଯକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମାଜସେବୀ ଶ୍ରୀ ଚକ୍ରଧର ମହାପାତ୍ର, ଶ୍ରୀ ମନୋଜ କୁମାର ରଥ, ଶ୍ରୀ ସୂର୍ଯ୍ୟ ନାରାୟଣ ରଥ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶ୍ରୀ ଶରତ ଜୟସିଂହ, ଶ୍ରୀ ସୌମେନ୍ଦ୍ର ଦାସ, ଶ୍ରୀ ଦେବୀ ପ୍ରସନ୍ନ ନନ୍ଦ, ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଶ୍ରୀ ବିଶ୍ଵନାଥ ବେହେରା, ଅଧ୍ୟାପକ ଶ୍ରୀ ସୁକାନ୍ତ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରି ପୁରୀ ସମଗ୍ର ଓଡ଼ିଶାର ପରିଚୟ ହୋଇଥିବାରୁ ଏହାର ସ୍ୱତନ୍ତତା ବଜାୟ ରଖାଯିବାକୁ ଦାବି କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ପ୍ରାଚୀନ ଐତିହ୍ୟ, କୀର୍ତ୍ତିରାଜି ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ସେମାନେ ପରାମର୍ଶ ଦେଇଥିଲେ। ଲିଙ୍ଗରାଜ କଳା ନିକେତନ ପକ୍ଷରୁ ଗୁରୁ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ କଣ୍ଠଶିଳ୍ପୀ ଲୋପାମୁଦ୍ରା ମିଶ୍ର, ସିପ୍ରା ମିଶ୍ର, ଶୁଭସ୍ମିତା ପ୍ରିୟଦର୍ଶିନୀ, ଚିରଶ୍ରଧା ମହାନ୍ତି, ଆୟୁଶା ପରିଡ଼ା, କ୍ରିଷ୍ଣା କାବେରୀ ମହାପାତ୍ର, ସଂଗୀତା ପ୍ରଧାନ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ। ସଂଗଠନ ସମ୍ପାଦକ ଶ୍ରୀ ସ୍ଵାଧୀନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ। ଉପସଭାପତି। ଶ୍ରୀ ସୁକାନ୍ତ ପଣ୍ଡା, ଡାକ୍ତର ରାଧାଶ୍ୟାମ ରଥ, ପ୍ରାନ୍ତସିନି ଜେନା, ବାପିନା ସାମନ୍ତରାୟ, ଶ୍ରୀ ଗୋବିନ୍ଦ ଦାସ ଘୋଷ, ଡାକ୍ତର କୈଳାଶ ଭୂଷଣ ମହାପାତ୍ର କାର୍ଯକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.