Home ଜିଲ୍ଲା ପରିକ୍ରମା କାଳୀ ପୂଜାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଲଚଞ୍ଚଳ

କାଳୀ ପୂଜାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଲଚଞ୍ଚଳ

40

ପୁରୀ ୨୪-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କାଳୀ ପୂଜାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଲଚଞ୍ଚଳ। ବିଶେଷ କରି ପୁରୀ ବାଲି ସାହିରେ ଥିବା ପ୍ରସିଦ୍ଧ ବାଟ କାଳୀ ମନ୍ଦିରରେ କାଳୀ ପୂଜା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। କାଳୀ ପୂଜା ଦିନ ମା’ ବାଟ କାଳୀଙ୍କ ମହାକାଳୀ ବେଶ୍ ଅନୁଷ୍ଠିତ ହେବ। ଏଥିପାଇଁ ବେଶ୍ ସାମଗ୍ରୀ ପ୍ରସ୍ତୁତି ଶେଷ ହୋଇଛି। ପରମ୍ପରା ଅନୁଯାୟୀ ନିଶାର୍ଦ୍ଧରେ ମା’ ବାଟ କାଳୀଙ୍କ ପୂଜା ଅନୁଷ୍ଠିତ ହେବ। ଅନେକ ଗୁପ୍ତ ନୀତି ଥିବା ବେଳେ ଚଣ୍ଡୀ ପାଠ ଅନୁଷ୍ଠିତ ହେବ। ସେହି ପରି କାଳୀ ପୂଜା ଦିନ ଦେଵୀ ବାଟ କାଳୀଙ୍କ ପାଖରେ ନବରାତ୍ର ପୂଜା ମଧ୍ୟ ଅନୁଷ୍ଠିତ ହେବ। ତେବେ ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ହେତୁ ଗତ ଦୁଇ ବର୍ଷ ହେବ ଭକ୍ତ ମା ଦର୍ଶନରୁ ବଞ୍ଚିତ ଥିଲେ। ତେବେ ଚଳିତ ବର୍ଷ କଟକଣା ନ ଥିବା ହେତୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ କାଳୀ ପୂଜାରେ ମା’ ବାଟ କାଳୀଙ୍କ ଦର୍ଶନ ପାଇଁ ଆସିବେ ବୋଲି ଆଶା କରାଯାଉଛି। ପୁରୀ ବାଲିସାହିରେ ଥିବା ମା’ ବାଟ କାଳୀ ମନ୍ଦିର ବହୁ ପୁରାତନ ଦେବୀ ମନ୍ଦିର। ମା’ ଙ୍କ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ ଆସନ୍ତି ମା ବାଟ କାଳୀଙ୍କ ମନ୍ଦିରକୁ। ଏଠାରେ ପ୍ରତିଦିନ ମା ଙ୍କ ବାଳଧୁପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଆଳତି, ରାତି ରେ ବଡ ସିଂହାର ବେଶ୍ ଅନୁଷ୍ଠିତ ହେଇଥାଏ। ବାଳଧୂପ ରେ ବିଭିନ୍ନ ଫଳ, ମଧ୍ୟାହ୍ନ ଧୂପ ରେ ଖିରି ବିରି ଭୋଗ ଏବଂ ପ୍ରତେକ ମଙ୍ଗଳ ବାର ଆମିଷ ଭୋଗ ତଥା ଶଙ୍ଖୁଡ଼ି ଭୋଗ ମା ବାଟ କାଳୀଙ୍କୁ ଲାଗି ହୋଇଥାଏ। ଭକ୍ତଙ୍କର ସବୁ ମନସ୍କାମନା ମା’ ପୂରଣ କରୁଥିବା ହେତୁ ଅନେକ ଭକ୍ତ ମା ବାଟ କାଳୀ ଙ୍କ ନିକଟକୁ ଆସିଥାନ୍ତି। ମା ବାଟ କାଳୀ ଙ୍କ ପୂଜକ ଶ୍ୟାମ ସୁନ୍ଦର ଦାଶ ଙ୍କ ପରିବାରଙ୍କ ଦ୍ବାରା ମା ବାଟକାଳୀ ପ୍ରତିଷ୍ଠିତ ହୋଇ ଥିବା ବେଳେ ତାଙ୍କ ପରିବାର ଲୋକ ମା ବାଟ କାଳୀ ରେ ସେବା ପୂଜା କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.