Home ଓଡ଼ିଶା ପୁରୀ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ କିଏ ? କେତେ ଦୁଷ୍କର୍ମ କରିଛି...

ପୁରୀ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ କିଏ ? କେତେ ଦୁଷ୍କର୍ମ କରିଛି ?

683

ପୁରୀ ୩-୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀରେ ଗତକାଲି ପୋଲିସ୍ କ୍ୱାଟରରେ ହୋଇଥିଲା ଗଣ ଦୁଷ୍କର୍ମ। ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟରେ ହୋଇଥିଲା ଏହି ଗଣ ଦୁଷ୍କର୍ମ ବୋଲି ହୋଇଛି। ମୁଖ୍ୟ ଅଭିଯୁକ୍ତ ହେଉଛି ଜଣେ ପୂର୍ବତନ ପୋଲିସ୍ କନେଷ୍ଟବଳ। ତା ନାମ ହେଉଛି ଜିତେନ୍ଦ୍ର କୁମାର ସେଠୀ। ଜାତେନ୍ଦ୍ର ତା’ର ଦ୍ୱିତୀୟ ପତ୍ନୀଙ୍କୁ ପୋଡି ମାରିଦେବା ପାଇଁ ଉଦ୍ୟମ କରିଥିଲା। ଏହା ବ୍ୟତୀତ ସେ ତା’ର ଦେଢ଼ ଶାଶୂଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହେବା ସହ ବ୍ରହ୍ମଗିରିରେ ମଧ୍ୟ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ଥିଲା। ତେଣୁ ତାକୁ ଚାକିରୀରୁ ବହିଷ୍କାର କରାଯାଇଥିଲା।

ତେବେ ଘଟଣା ଅନୁଯାୟୀ, ଏହି ଗଣ ଦୁଷ୍କର୍ମ ଘଟଣାରେ ୪ ଜଣ ଥିବା କୁହାଯାଉଛି। ମୋଟ ୪ ଜଣଙ୍କୁ ଗିରଫ କରିଛି ପୁରୀ ପୋଲିସ। ଯୁବତୀଙ୍କ ଜଣଙ୍କ ନିମାପଡ଼ାରୁ କୋଣାର୍କ ଯିବା ବାଟରେ ତାଙ୍କୁ ଲିଫ୍ଟ ଦେବାକୁ କହି ଅଭିଯୁକ୍ତମାନେ ଯୁବତୀଙ୍କୁ ପୁରୀ ଆଣିଥିଲେ। ପୁରୀରେ ଥିବା ଝାଡ଼େଶ୍ୱରୀ ମନ୍ଦିର ନିକଟସ୍ଥ ପୋଲିସ କ୍ୱାର୍ଟର୍ସରେ ତାଙ୍କୁ ଦୁଷ୍କର୍ମ କରାଯାଇଥିଲା ବୋଲି ଅଭିଯୋଗ କରାଯାଇଛି। ତେବେ, ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି କୁମ୍ଭାରପଡ଼ା ପୁଲିସ।

ପୀଡ଼ିତା ଯୁବତୀ ନିଜେ ଆସି ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ। ଯୁବତୀ ଜଣଙ୍କର ବୟାନ ରେକର୍ଡ କରାଯିବା ସହ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ଯୁବତୀ ଜଣଙ୍କ ଘର କାକଟପୁର ଅଂଚଳରେ। ସେ ଭୁବନେଶ୍ୱରରେ ରୁହନ୍ତି।

ଏହି ଗଣଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରାଞ୍ଚଳ ଜିଆଇଜି ଆଶିଷ ସିଂହ। ସେ କହିଛନ୍ତିଯେ, ପୀଡ଼ିତା ଯାହାଙ୍କ ନାଁ ନେଇଛନ୍ତି ତାଙ୍କୁ ଅଟକ ରଖାଯାଇଛି, ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.