Home ଓଡ଼ିଶା ଝାରପୋଖରିଆ ଥାନାର ପୂର୍ବତନ ଆଇ.ଆଇ.ସି ଶରତ ଚନ୍ଦ୍ର ମହାଳିକ ନିଳମ୍ବିତ

ଝାରପୋଖରିଆ ଥାନାର ପୂର୍ବତନ ଆଇ.ଆଇ.ସି ଶରତ ଚନ୍ଦ୍ର ମହାଳିକ ନିଳମ୍ବିତ

207

ଭୁବନେଶ୍ୱର ୩-୧୨ (ଓଡ଼ିଆ ପୁଅ) କର୍ତ୍ତବ୍ୟରେ ଚରମ ଅବହେଳା ପାଇଁ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନାର ପୂର୍ବତନ ଆଇ.ଆଇ.ସି ଶ୍ରୀ ଶରତ ଚନ୍ଦ୍ର ମହାଳିକଙ୍କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଗତ ତା ୩୦.୧୦.୨୦୧୯ ରିଖରେ ଝାରପୋଖରିଆ ଥାନାରେ ଆଇ.ପି.ସିର ଧାରା ୩୭୬/୫୦୬ ଅନୁଯାୟୀ ରୁଜୁ ହୋଇଥିବା କେସ ନଂ ୧୨୫ ର ତଦନ୍ତ ଓ ପରିଚାଳନା କ୍ଷେତ୍ରରେ ଥାନା ଅଧିକାରୀ ଶ୍ରୀ ମହାଳିକ ଘୋର ଅବହେଳା ପ୍ରଦର୍ଶନ କରିଥିଲେ। ଯେଉଁଥିପାଇଁ ରାଇରଙ୍ଗପୁର ମହାବିଦ୍ୟାଳୟର ମହିଳା ଅଧ୍ୟାପିକା ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପାଇଁ ରାଜ୍ୟ ପୋଲିସ ସାଧାରଣରେ ନିନ୍ଦିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.