Home ଜିଲ୍ଲା ପରିକ୍ରମା ପୁରୀରେ ନିଆରା ଢଙ୍ଗରେ ଦିପାବଳୀ ଉତ୍ସବ

ପୁରୀରେ ନିଆରା ଢଙ୍ଗରେ ଦିପାବଳୀ ଉତ୍ସବ

65

ପୁରୀ ୧୫/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀର ପ୍ରବେଶ ପଥ ତଥା ଐତିହ ସମ୍ପନ୍ନ ଅଠରନଳା ଠାରେ ମା’ ବସନ୍ତେୟୀ କ୍ଲବା ସଦସ୍ୟମାନେ ଆଲୋକର ପର୍ବ ଦିପାବଳୀକୁ ନିଆରା ଢଙ୍ଗରେ ପାଳନ କରିଥିଲେ। ଦେଶପାଇଁ ବଳୀଦାନ ଦେଇଥିବା ବୀର ଜବାନମାନଙ୍କ ସହ କରେନା ମହାମାରୀରେ ସହୀଦ ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଦୀପ ଜାଳି କ୍ଲବର ସଦସ୍ୟ ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଶେଷ କରି ଦିପାବଳୀ ଅବସରରେ କୋଟି କୋଟି ଟଙ୍କାର ବାଣ ବ୍ୟବସାୟ ସହ ବାଣ ଫୁଟାଯାଉଥିଲା। ଯାହା ଫଳରେ, ସାଧାରଣ ଲୋକଙ୍କ ଜନଜୀବନ ପ୍ରବାଭିତ ହେବା ସହ ଅନେକ କ୍ଷୟ କ୍ଷତି ହେଉଥିଲା। ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବାଣ ବିକ୍ରି ଓ ଫୁଟାଇବା ଉପରେ ରାଜ୍ୟ ସରକାର ରୋକ୍ ଲଗାଇଥିବାରୁ ଏହି ନିଷ୍ପତ୍ତିକୁ କ୍ଲବର ସଦସ୍ୟମାନେ ସ୍ୱାଗତ କରିଛନ୍ତି। ଦିପାବଳୀ ସଂଧ୍ୟାରେ କ୍ଲବର ପ୍ରାୟ ୨୦ରୁ ଅଧିକ ସଦସ୍ୟ ଅଠରନଳା ଠାରେ ୩୦୦ରୁ ଉର୍ଦ୍ଧ୍ୱ ଦୀପ ଜାଳି ପ୍ରଦୂଷଣ ମୁକ୍ତ ଦିପାବଳୀ ପାଳନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.