Home କନ୍ଧମାଳ ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

ପୁରାତନ ଛାତ୍ରୀଛାତ୍ରଙ୍କ ବନ୍ଧୁମିଳନ

91

ବାଲିଗୁଡା, ୫/୧.(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ଶାଳବଣଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା ୧୯୯୦ ମାଟ୍ରିକ ବ୍ୟାଚର ଛାତ୍ରୀଛତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ, ଜିଲା ତଥା ରାଜ୍ୟ ବାହାରେ ରହୁଥିବା ପୁରାତନ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଏହା ପରେ ନିଜ ଉଚ୍ଚ ବିଦ୍ୟାଳୟକୁ ଯାଇ ଶିକ୍ଷକମାନଙ୍କ ସହିତ ସାକ୍ଷାତ କରି ସରକାରଙ୍କର ମୋ ସ୍କୁଲ ଅଭିଯାନରେ ସାମିଲ ହୋଇଥିଲେ। ପରେ ଶାଳବଣଠାରେ ଏକ ସଭାର ଆୟୋଜନ ହୋଇଥିଲା। ଜିଲାର ବିଜ୍ଞାନ ନିରୀକ୍ଷକ ଅଶୋକ କୁମାର ପାତ୍ର ଯୋଗଦେଇ କେକ୍‌କାଟିବା ସହ ବିଦ୍ୟାର୍ଥୀଙ୍କୁ ଆଶିର୍ବାଦ ଦେଇଥିଲେ। ଏହା ପରେ ପଲିଥିନ ବର୍ଜନ କରିବା, ସମସ୍ତେ ଗୋଟିଏ ଲେଖାଏ ଗଛ ଲଗାଇବା ଏବଂ ବନ୍ଧୁମାନଙ୍କୁ ସହାର୍ଯ୍ୟ କରିବା ନେଇ ଶର୍ମିଳା, ବାଣୀଶ୍ରୀ, ସଂଯୁକ୍ତା, ରୀତା, ଦିଲୀ, ବିଷ୍ଣୁ, ଗଣେଶ, ବାବୁ, ନକୁଳ ପ୍ରମୁଖ ଶପଥ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.