Home ଓଡ଼ିଶା ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ : ଟସ ଜୀତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି

ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ : ଟସ ଜୀତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି

801

ନୂଆ ଦିଲ୍ଲୀ ୫-୧ (ଓଡ଼ିଆ ପୁଅ) ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହୋଇଛି। ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ରେ ଭାରତ ନୂଆ ବର୍ଷର ପ୍ରାରମ୍ଭ କରୁଛି। ଅଷ୍ଟ୍ରେଲିୟାରେ ହେବାକୁ ଥିବା ଆଇସିସି ଟି-୨୦ ୱାର୍ଲ୍ଡ କପର ପ୍ରସ୍ତୁତି ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ। ଭାରତର ଅଧିନାୟକ ବିରାଟ କୋହଲୀ ଏହି ମ୍ୟାଚ୍ ରେ ଟସ ଜୀତୁ ପ୍ରଥମେ ଫିଲ୍ଡିଂ କରିବାପାଇଁ ନିଷ୍ପତି ନେଇଛନ୍ତି। ଭାରତ ନିକଟରେ ବାଂଗ୍ଲାଦେଶ ଏବଂ ୱେଷ୍ଟଇଣ୍ଡିଜ କୁ ସିରିଜ୍ ରେ ହରାଇଛି ଏବଂ ଏବେ ଶ୍ରୀଲଙ୍କା ବିପକ୍ଷରେ ମଧ୍ୟ ଟିମ ଇଣ୍ଡିଆ ଏମିତି ହିଁ ପ୍ରଦର୍ଶନ ଜାରୀ ରଖିବାକୁ ଚାହିଁବ।

ଏହି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ରେ ସମସ୍ତଙ୍କର ନଜର ରହିବ। ଭାରତର ଫାଷ୍ଟ ବୋଲର୍ ଜସପ୍ରୀତ ବୁମରାହଙ୍କର ପ୍ରଦର୍ଶନ ଉପରେ ମଧ୍ୟସମସ୍ତଙ୍କର ନଜର ରହିବ। ପିଠି ଷ୍ଟ୍ରେସ ଫ୍ରାକ୍ଚର କାରଣରୁ ଚାରି ମାସ ଆରାମ କରିଥିବା ବୁମରାହ ଭାରତୀୟ ଟିମ ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଟନ୍ତି ଏବଂ ଚଳିତ ବର୍ଷ ହେବାକୁଥିବା ଟି-୨୦ ବିଶ୍ବ କପକୁ ନଜରରେ ରଖି ତାଙ୍କୁ ସତର୍କତାର ସହିତ ବ୍ୟବହାର କରାଯାଉଛି।

ଏହି ଷ୍ଟାଡିୟମରେ ଭାରତ ନିଜର ଏକମାତ୍ର ଟି-୨୦ ମ୍ୟାଚ୍ ଅଷ୍ଟ୍ରେଲିୟା ବିପକ୍ଷରେ ୧୦ ଅକ୍ଟୋବର ୨୦୧୭ ରେ ଖେଳିଥିଲା, ଯେଉଁଥିରେ ଭାରତକୁ ପରାଜୟର ସାମନା କରିବାକୁ ପଡ଼ିଥିଲା। ମ୍ୟାଚ୍ ପରେ ହୋଟେଲ ଫେରୁଥିବା ବେଳେ ଟିମ ଉପରକୁ ପଥର ମଧ୍ୟ ଫୋପଡ଼ା ଯାଇଥିଲା।

ଶ୍ରୀଲଙ୍କା (ପ୍ଲେଇଙ୍ଗ ଇଲେଭେନ): ଦନୁଷ୍କା ଗୁଣାଥିଲାକା, ଅବିଷ୍କା ଫର୍ନାଂଡୋ, କୁସଲ ପରେରା (ୱିକେଟ କିପର), ଓଶାଦା ଫର୍ନାଂଡୋ, ଭାନୁକା ରାଜପକ୍ଷେ, ଧନଂଜୟା ଡି ସିଲ୍ଭା, ଦାସୁନ ଶନାକା, ଇସୁରୁ ଉଡାନା, ବାନିନ୍ଦୁ ହସରଂଗା, ଲାହିରୁ କୁମାରା, ଲସିଥ ମଲିଂଗା (ଅଧିନାୟକ)

ଭାରତ (ପ୍ଲେଇଙ୍ଗ ଇଲେଭେନ): ଶିଖର ଧୱନ, ଲୋକେଶ ରାହୁଲ, ବିରାଟ କୋହଲୀ (ଅଧିନାୟକ), ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ କିପର), ଶିବମ ଦୂବେ, ୱାଶିଂଗଟନ ସୁନ୍ଦର, କୁଲଦୀପ ୟାଦବ, ଶାର୍ଦୁଲ ଠାକୁର, ନବଦୀପ ସୈନୀ, ଜସପ୍ରୀତ ବୁମରାହ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.