Home ଓଡ଼ିଶା ପୁନେରେ ବନ୍ୟା,୧୨ ମୃତ

ପୁନେରେ ବନ୍ୟା,୧୨ ମୃତ

259

ନୂଆଦିଲ୍ଲୀ,୨୬/୦୯,(ଓଡ଼ିଆ ପୁଅ ପି ନାଏକ): ଲଗାଣ ବର୍ଷା ହେବା ଫଳରେ ପୁନେ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ଏବଂ ଏଥିରେ ପ୍ରାୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରର ପୁନେରେ ଲଗାଣ ବର୍ଷା ଯୋଗୁ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୭ରେ ପହଞ୍ଚିଛି । ପାଣିପାଗ ବିଭାଗ ତରଫରୁ ଆସନ୍ତା ୨୪ ଘଣ୍ଟା ଲଗାଣ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି । ପ୍ରଶାସନ ତରଫରୁ ଆଜି ସମସ୍ତ ସ୍କୁଲ୍‌ କଲେଜ୍‌ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କର୍ମୀ ମାଙ୍କଡ଼, ନେତା ମଦାରୀ; “ଷ୍ଟକହୋମ ସିନଡ୍ରୋମ” ଲକ୍ଷଣ କି?

ଏପଟେ ମୁମ୍ବାଇ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଯେ, ସାସାବାଡ଼ରେ ଲଗାଣ ବର୍ଷା ଯୋଗୁ ମହ୍ଲାରସାଗର ବନ୍ଧରୁ ୮୫୦୦୦ କ୍ୟୁସେକ୍‌ ପାଣି ନିସ୍କାସନ କରାଯାଇଛି । ଏହାର ଆଖପାଖ ସହରରେ ବନ୍ୟା ଆସିବା ନେଇ ସମ୍ଭବନା ରହିଛି । ଏଥିପାଇଁ ଜିଲ୍ଲାପ୍ରଶାସନକୁ ସଜାଗ ରହିବା ପାଇଁ କୁହାଯାଇଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.