Home କୋରାପୁଟ ପୁକାଲି ହାଟପଦାରେ ଦୋକାନରୁ ଚୋରୀ

ପୁକାଲି ହାଟପଦାରେ ଦୋକାନରୁ ଚୋରୀ

100

ପଟାଙ୍ଗୀ ୩୧-୭ (ଓଡିଆ ପୁଅ/ମେଘା ଗୁଣ୍ଠା) କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ପୁକାଲି ଗ୍ରାମ ପଞ୍ଚାୟତର ପୁକାଲି ହାଟଠାରେ କିରାଣୀ ଦୋକାନରୁ ସୋମବାର ମଧ୍ୟ ରାତ୍ରିରେ ଚୋରିହୋଇଛି। ସୂଚନା ଅନୁଯାୟୀ ଗୁନ୍ଥା ଗ୍ରାମର ନୀଳକଣ୍ଠ ଖିନବୁଡି ବୟସ (୩୪) ଏକ କିରାଣୀ ଦୋକାନ ପୁକାଲି ହାଟଠାରେ କରି ନିଜ ପରିବାରର ଭରଣ ପୋଷଣ କରିଥାନ୍ତି। ଗତ ରବିବାର ଅପରାହ୍ନ ଦୋକାନଟିକୁ ବନ୍ଦ କରି ଘରକୁ ଫେରିଥିଲେ ଏବଂ କୌଣସି କାର୍ଯ୍ୟଥିବା କାରଣରୁ ସୋମବାର ଦୋକାନ ଖୋଲିନଥିବା ଏବଂ ମଙ୍ଗଳବାର ସକାଳେ ଯାଇ ଦେଖିବା ବେଳକୁ ତାହାର ସ।ମାନ ଗ୍ରୀଲ୍ ରେ ଚାବିକାଠି ଭଙ୍ଗା ହୋଇ ତଳେ ପଡିଥିବା ଦେଖି ଭିତରେ ପ୍ରବେଶ କରି ଦେଖିବା ବେଳକୁ କିଛି ଜିନିଷପତ୍ର ଚୋରାଇ ନେଇଥିବା ନେଇ ଜଣାପଡିଅଛି। ଏନେଇ ଏକ ଲିଖିତ ଅଭିଯୋଗ ପଟାଙ୍ଗି ଥାନାରେ ପ୍ରଦାନ କରିଥିବା ନେଇ ଜଣାପଡିଅଛି। ଏନେଇ ପଟାଙ୍ଗି ଏସ ଆଇ ଜିକେ ପଟ୍ଟନାୟକଙ୍କୁ ପଚାରିବାରୁ ଏନେଇ ଏକ କେଶ ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.