Home କୋରାପୁଟ ନାଗସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ନାଗସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

148

ପଟାଙ୍ଗୀ ୩୧-୭ (ଓଡିଆ ପୁଅ/ମେଘା ଗୁଣ୍ଠା) ପଟାଙ୍ଗି ବ୍ଲକ ଅନ୍ତର୍ଗତ ଚନ୍ଦକା ଗ୍ରାମ ପଞ୍ଚାୟତର ଚନ୍ଦକା ଗ୍ରାମସ୍ତ କଲୋନୀଠାରେ ସୋମବାର ରାତ୍ର ସମୟରେ ସାପକାମୁଡ଼ିବା ଯୋଗୁଁ ଏକ ମହିଳାଙ୍କ ମୃତ୍ୟୁ ଘଟିଥିବା ନେଇ ଜଣାପଡିଅଛି।ସୂଚନା ଅନୁଯାୟୀ ସୋମବାର ରାତ୍ର ପ୍ରାୟ(୧୧,୩୦)ସମୟରେ ଅର୍ଜୁନ ଗୁଣ୍ଠାଙ୍କ ସ୍ତ୍ରୀ ତୁଳସ।ଗୁଣ୍ଠା ବୟସ(୪୮)ନିଜର ଝିଅ ଚମ୍ପା ଗୁଣ୍ଠା, ନଣଦ ପ୍ରତିମା ଗୁଣ୍ଠା ଏବଂ ଗ୍ରାମର ଏକ ବନ୍ଧୁ ଲକ୍ଷ୍ମୀ ମାରଡ଼ିଆଙ୍କ ସହ ଶୋଇଥିବା ସମୟରେ କଣ ଗୋଟିଏକ କାମୁଡ଼ିବା କହି ଚିଲେଇ ଥିଲେ।ଚିଲେଇବା ଶୁଣି ଅନ୍ୟ ଏକ କୋଠରୀରେ ଶୋଇଥିବା ତାଙ୍କ ସ୍ବାମୀ ଆସିଦେଖିବା ସମୟରେ ଏକ ନାଗସାପ ଯାଉଥିବା ଦେଖି ସ୍ତ୍ରୀ ପାଖକୁ ଯାଇଥିଲେ ତାଙ୍କର ବାମ ପାର୍ଶ୍ଵ ହାତରେ ତିନୋଟି ଚୋଟ ପଡିଥିବା ଦେଖି ବହୁ ସମୟ ପରେ ଏକ ଅଟୋ ଦ୍ୱାରା ପଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପଟାଙ୍ଗୀ ଥାନାରେ ଏକ ଅପମୃତ୍ୟୁମାମଲା ରୁଜୁ ହୋଇଛି ଏବଂ ଥାନା ଏସଆଇ ମଧୁସୂଦନ ନାୟକ ପହଞ୍ଚିବା ଶବ ବ୍ୟବଚ୍ଛେଦ ସହ ପରିବାର ଵର୍ଗଙ୍କୁ ମୃତ ଶରୀରଟିକୁ ହସ୍ତାନ୍ତରିତ କରିବା ଏବଂ ଏକ କେସ ରୁଜୁ କରିଥିବା ନେଇ ଏସ ଆଇ ନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.