Home ଜିଲ୍ଲା ପରିକ୍ରମା ପିସିସି ପ୍ରତିନିଧି ଦଳ ପକ୍ଷରୁ ତଳସାହି ବନ୍ୟା ବିପନ୍ନଙ୍କୁ ରିଲିଫ୍‌

ପିସିସି ପ୍ରତିନିଧି ଦଳ ପକ୍ଷରୁ ତଳସାହି ବନ୍ୟା ବିପନ୍ନଙ୍କୁ ରିଲିଫ୍‌

137

ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ଏଆଇସିସି ଦ୍ୱାରା ଗଠିତ ପ୍ରଦେଶ କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ସହ ବିପନ୍ନଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୁଢ଼ାବଳଙ୍ଗ ନଦୀ ପାଶ୍ୱର୍ସ୍ଥ ତଳିଆ ଅଞ୍ଚଳ ବାଲେଶ୍ୱର ସହରର ଗୋପାଳଗାଁ ତଳସାହିର ବିପନ୍ନଙ୍କୁ ରିଲିଫ୍ କିଟ୍ସ ବଣ୍ଟନ କରାଯାଇଥିଲା। ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତି, କଂଗ୍ରେସର ବାଲେଶ୍ୱର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଓ ସଦର ବିଧାନସଭା ପ୍ରାର୍ଥୀ ମାନସ ଦାସପଟ୍ଟନାୟକ, ଜଳେଶ୍ୱର ବିଧାନସଭା ପ୍ରାର୍ଥୀ ସୁଦର୍ଶନ ଦାସ, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସଂଜୀବ ଗିରି ଓ ବାଲେଶ୍ୱର ନଗର କଂଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ପ୍ରମୁଖ ତଳସାହିର ବନ୍ୟା କ୍ଷୟକ୍ଷତି ପରିଦର୍ଶନ ସହ ବିପନ୍ନ ଲୋକଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ। ଖୁବଶୀଘ୍ର କ୍ଷୟକ୍ଷତି ସର୍ଭେ ପାଇଁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସେମାନେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କଂଗ୍ରେସ ନେତାଙ୍କ ଏହି ବାଦାନ୍ୟତାକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.