Home ଜିଲ୍ଲା ପରିକ୍ରମା ମେଡିକାଲ କ୍ରିୟାନୁଷ୍ଠାନ ପକ୍ଷରୁ ଦିବଂଗତ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି

ମେଡିକାଲ କ୍ରିୟାନୁଷ୍ଠାନ ପକ୍ଷରୁ ଦିବଂଗତ ରାଷ୍ଟ୍ରପତିଙ୍କୁ ଶ୍ରଦ୍ଧାଞ୍ଜଳି

38

ବାଲେଶ୍ୱର, ୬ା୯(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିବଂଗତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଆୟୋଜିତ ବୈଠକରେ ଉପସଭାପତି ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ାଙ୍କ ସମେତ ନିରଞ୍ଜନ ରାଉତ ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ରାଜନୈତିକ ବିଚକ୍ଷଣତା ଓ ସଂସଦ ପରିଚାଳନାରେ ସରକାରୀ ଦଳ ଏବଂ ବିରୋଧି ଦଳ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥି ସହିତ ମେଡିକାଲ୍ କଲେଜରେ ଡାକ୍ତରୀ ଶିକ୍ଷାଦାନର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୨ ତାରିଖ ଶନିବାର ଦିନ ଅପରାହ୍ନ ୪ଟାରେ ମେଡିକାଲ୍ କଲେଜ ଫାଟକ (ରେମୁଣା) ନିକଟରେ ଏକ ସାଧାରଣ ସଭା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ଜିଲ୍ଲା କମିଟିର ସମସ୍ତ କର୍ମକର୍ତ୍ତା, ରେମୁଣା ଆଞ୍ଚଳିକ କମିଟିର ସଦସ୍ୟବୃନ୍ଦ, ସ୍ଥାନୀୟ ଜନ ପ୍ରତିନିଧି ଓ ଆନ୍ଦୋଳନରେ ଥିବା ସମସ୍ତ ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେବାକୁ ନିବେଦନ କରାଯାଇଛି। ବୈଠକରେ ଜିଲ୍ଲା କମିଟିର କୋଷାଧ୍ୟକ୍ଷ ଇଂ- ବନମାଳୀ ନାୟକ ଆୟବ୍ୟୟର ହିସାବ ଆଗତ କରିଥିଲେ। ଗତ ୨୭ ତାରିଖ ଦିନ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ କରୋନା ସମୟରେ ଜିଲ୍ଲାବାସୀଙ୍କୁ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଦାବିରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖ ବିକ୍ଷୋଭ ସମାବେଶରେ ଯୋଗ ଦେଇଥିବା ସଂଗଠନମାନଙ୍କୁ ଓ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ କ୍ରିୟାନୁଷ୍ଠା କମିିଟି କୃତଜ୍ଞତା ଜଣାଇଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ କୁମାର ପାଢ଼ୀ, ଯୋଗେଶ ଚନ୍ଦ୍ର ପ୍ରଧାନ, ବିଦ୍ୟାଧର ମହାଳିକ, ରବି କୁମାର ପାଣିଗ୍ରାହୀ, ପ୍ରଦୀପ ରାଉତ ଓ ବିଜନ କୁମାର ଦେ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବନ୍ଦନା ବିଶ୍ୱାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.