Home ଜିଲ୍ଲା ପରିକ୍ରମା ପିରାହାଟ ଥାନା ଭିତରେ ମହିଳା ଆଇଆଇସି ଓ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୬୦ଜଣଙ୍କ ନାଁରେ...

ପିରାହାଟ ଥାନା ଭିତରେ ମହିଳା ଆଇଆଇସି ଓ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ୬୦ଜଣଙ୍କ ନାଁରେ ମାମଲା, ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

12

ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପିରାହାଟ ଥାନାର ଆଇଆଇସି ରୋଜାଲିନ ବେହେରା ଓ ପୋଲିସ କର୍ମଚାରୀଙ୍କୁ କେତକ ବ୍ୟକ୍ତି ରବିବାର ବିଳମ୍ୱିତ ରାତିରେ ଦୁର୍ବ୍ୟବହାର କରିଥିବା ଆଇଆଇସି ବେହେରା ଅଭିଯୋଗ କରିଛନ୍ତି।ଏନେଇ ୧୧୨/୨୬ରେ ୬୦ ଜଣଙ୍କ ନାଁରେ ମାମଲା ରୁଜୁହୋଇଛି।ଅଭିଯୁକ୍ତ ମାନଙ୍କୁ ପୋଲିସ ଖୋଜୁଥିବା ଜଣାଯାଇଛି।ଭଦ୍ରକ -ଚାନ୍ଦବାଲି ରାଜ୍ୟ ରାଜପଥର ସିନ୍ଦୋଳ ନିକଟରେ ୨ଟି କାର ସାମ୍ନାସାମ୍ନି ହୋଇଥିଲା।ଏହି ଘଟଣାରୁ ଉଭୟ ପକ୍ଷଙ୍କ ମଧ୍ୟରେ ଉପୁଜିଥିବା ଗଣ୍ଡଗୋଳକୁ କେନ୍ଦ୍ରକରି ପୀରହାଟ ଥାନା ଭିତରେ ସୃଷ୍ଟି ହୋଇଥିଲା ଏକ ଅପ୍ରୀତିକର ପରିସ୍ଥିତି ଫ ଏପରିକି କେତେକ ବ୍ୟକ୍ତି ଆଇଆଇସି ଓ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲେ।ଯେଉଁଥିରେ ଆଇଆଇସି ଓ ସମସ୍ତ ପୋଲିସ କର୍ମଚାରୀ ଅତିଷ୍ଠ ହୋଇଯାଇଥିଲେ।ଅଭିଯୋଗରୁ ଜଣା ଯାଇଛି ଯେ,ଏକ ନିର୍ଦିଷ୍ଟ ରାଜନୈତିକ ଦଳର କେତେକ ବ୍ୟକ୍ତି ମତୋରୁ ବିବାହ ଭୋଜି ଖାଇ କାର ଯୋଗେ ଭଦ୍ରକ ଅଭିମୁଖେ ଫେରୁଥିବା ବେଳେ ସିନ୍ଦୋଳସ୍ଥିତ ଲଷ୍ମୀନାରାୟଣ ମନ୍ଦିର ନିକଟରେ ବିପରୀତ ଦିଗରୁ କାର ଯୋଗେ ଆସୁଥିବା ଜଣେ ଇଞ୍ଜିନିୟରଙ୍କର ସେହି ରାଜନୈତିକ ଦଳର ବ୍ୟକ୍ତିଙ୍କ ସହ ସାମ୍ନାସାମ୍ନି ହୋଇଥିଲା ଫ ତେବେ ଉଭୟ କାରକୁ ଅଟକାଇବାରେ ସକ୍ଷମ ହୋଇଥିବାରୁ ଦୁର୍ଘଟଣା ହୋଇନଥିଲା।ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ, ପାଟିତୁଣ୍ଡ ହୋଇ ଗଣ୍ଡଗୋଳ ଉପୁଜିଥିଲା ଫ ତେବେ ସେହି ସମୟରେ ରାତି ଡ୍ୟୁଟିରେ ଥିବା ୧୧୨ଭ୍ୟାନର ପୋଲିସ ଘଟଣାସ୍ଥଳରେ ପହଂଚି ପାଟିତୁଣ୍ଡ ନକରି ଥାନାକୁ ଯାଇ ଏ ସମ୍ପର୍କରେ ଏତଲା ଦେବାକୁ ପରାମର୍ଶ ଦେଇଥିଲେ । ତେବେ ସେମାନେ ଥାନାରେ ପହଂଚିବା ପରେ ଇଞ୍ଜିନିୟରଙ୍କୁ ଅପରପକ୍ଷ ଥାନା ଭିତରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।ଏହା ଦେଖି ଆଇଆଇସି ଉଭୟଙ୍କୁ ଅଲଗା ଅଲଗା ବସାଇ ଦେଇଥିଲେ।ଇତିମଧ୍ୟରେ ଗୋଟିଏ ପକ୍ଷ ସେମାନଙ୍କ ସମର୍ଥକମାନଙ୍କୁ ଡାକି ଦେଇଥିଲେ । ଯାହାଫଳରେ ଥାନା ପରିସରରେ ଭିଡ଼ ଜମିବା ସହିତ ବିଶୃଙ୍ଖଳା ଉପୁଜିଥିଲା। ତେବେ ଆଇଆଇସି ରୋଜାଲିନ ବେହେରା ଗୋଟିଏ ପକ୍ଷକୁ ଡାକି ଘଟଣା ସମ୍ପର୍କରେ ପଚାରି ବୁଝୁଥିବା ବେଳେ ଅପରପକ୍ଷ ଆମକୁ ପ୍ରଥମେ ନପଚାରି ତାଙ୍କୁ କାହିଁକି ପଚାରୁଛ ବୋଲି କହି ପାଟିତୁଣ୍ଡ କରିଥିଲେ । ଏପରିକି ସେହି ପକ୍ଷ ଇଞ୍ଜିନିୟର ଓ ତାଙ୍କ ଲୋକଙ୍କୁ ମାଡ଼ ମାରିବାରୁ ଥାନା ପରିସରରେ ଉତେଜନା ସୃଷ୍ଟି ହୋଇଥିଲା । ଆଇଆଇସି ବେହେରା ଏଥିରୁ କ୍ଷାନ୍ତ ରହିବାକୁ ଉଭୟ ପକ୍ଷକୁ ପରାମର୍ଶ ଦେବା ବେଳେ ଗୋଟିଏ ପକ୍ଷର କିଛି ବ୍ୟକ୍ତି ଆଇଆଇସିଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଖବର ପାଇ ଥାନାର ଅନ୍ୟ ପୋଲିସ କର୍ମଚାରୀ ପହଂଚିଥିଲେ। ସେମାନଙ୍କୁ ମଧ୍ୟ ସେମାନେ ଦୁର୍ବ୍ୟବହାର କରିଥିଲେ।ତେବେ ଘଟଣା ସମ୍ପର୍କରେ ଖବର ପାଇ ଏସପି ମନୋଜ ରାଉତ ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକଙ୍କୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଇଆଇସି ନାୟକ ବିଳମ୍ବିତ ରାତିରେ ପୀରହାଟ ଥାନାରେ ପହଞ୍ଚି ଏଥିରେ ହସ୍ତକ୍ଷେପ କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.