Home ଓଡ଼ିଶା କରୋନା ପାଇଁ ମାଲକାନଗିରି ଜିଲ୍ଲାରେ ସରକାରୀ ସ୍ତରରେ ଉତ୍କଳ ଦିବସ ପାଳନବନ୍ଦ ,ମହାପୁରଷଙ୍କୁ ମାଲ୍ୟର୍ପଣରେ ଶ୍ରଦ୍ଦାଜଂଳୀ...

କରୋନା ପାଇଁ ମାଲକାନଗିରି ଜିଲ୍ଲାରେ ସରକାରୀ ସ୍ତରରେ ଉତ୍କଳ ଦିବସ ପାଳନବନ୍ଦ ,ମହାପୁରଷଙ୍କୁ ମାଲ୍ୟର୍ପଣରେ ଶ୍ରଦ୍ଦାଜଂଳୀ ।

85

ମାଲକାନଗିରି,୨ା୪ (ଓଡିଆ ପୁଅ )) ସମଗ୍ର ବିଶ୍ୱରେ ଭୟାବହ କରୋନା ଭାଇରସର ଆତଙ୍କ ଦେଖା ଦେଇ ଲକ ଡାଉନ ହୋଇଥିବାରୁ ମାଲକାନଗିରି ଜିଲ୍ଲାର ସରକାରି ସ୍ତରରେ ଉତ୍କଳ ଦିବସ ପାଳିତ ହୋଇନପାରି କେବଳ ମହାପରୁଷଙ୍କ ପ୍ରତି ମୂର୍ତି ଗୁଡିକରେ ମାଲ୍ୟର୍ପଣ କରାଯାଇ ଶ୍ରଦ୍ଧାଜଂଳି ଜଣାଯାଇଛି । କରୋନା ଓ ଲକ ଡାଉନ ପାଇଁ ସରକାରି ସ୍ତରରେ ଉତ୍କଳଦିବସ ପାଳନ କରିବା ପାଇଁ ବାରଣ ଥିବାବେଳେ ଜିଲ୍ଲାସଦର ମହକୁମା ସର୍କିଟ ହାଉସ ଓ ପୁରୁଣା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜଣେ ଓଡିଆ ହିସାବରେ ବ୍ୟକ୍ତିଗତ ଭାବେ ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ଦୀଲିପ ଚନ୍ଦ୍ର ସାମନ୍ତରାୟ,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ,କେଶବ ଚନ୍ଦ୍ର ନାୟକ, ସରୋଜ କୁମାର ପଟନାୟକ,ରଜଂନ କୁମାର ମହାନ୍ତି ପ୍ରମୁଖ ସାମାଜିକ ଦୂରତା ରକ୍ଷା କରି ମହାପୁରୁଷ ମଧୁବାବୁ, ଗୋପବନ୍ଧୁଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଜଂଳୀ ଜଣାଇ ସ୍ମୃତି ଚାରଣ କରିଥିଲେ ।ଅନୁରୁପ ଆନ୍ଦ୍ର,ଛତିଶଗଡ, ତେଲାଙ୍ଗାନା ରାଜ୍ୟ ଓଡିଶାର ଶେଷ ସୀମା ମୋଟୁସ୍ଥ ସାବେରୀ, ସିଲେରୁ, ଚିନାଗୋଦବରି ତ୍ରୀନଦୀ ସଙ୍ଗମସ୍ଥଳ ମୁଗିପଏଟଂ ମଧୁସୂଦନ ପାର୍କ ଠାରେ ସ୍ଥାପିତ ମଧୁବାବୁ,ଗୋପବନ୍ଧୁ,ସହିଦ ଲକ୍ଷମଣ ନାୟକ,ନେତାଜୀ ସୁବାଷବୋଷ ମହାପୁରଷଙ୍କ ପ୍ରତି ମୂର୍ତିରେ ମୋଟୁ ଅଚଂଳବାସୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଜଂଳି ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.