Home ଜିଲ୍ଲା ପରିକ୍ରମା ପିଏ ଆଇଟିଡିଏ ଙ୍କ ବଣ୍ଡାଘାଟି ପରିଦର୍ଶନ,କରୋନା ସଂକ୍ରମଣରୁ ସୁରକ୍ଷିତ ରହିବାପାଇଁ ଜନସଚେତନତା ଓ ମାସ୍କ ସାନିଟାଇଜର...

ପିଏ ଆଇଟିଡିଏ ଙ୍କ ବଣ୍ଡାଘାଟି ପରିଦର୍ଶନ,କରୋନା ସଂକ୍ରମଣରୁ ସୁରକ୍ଷିତ ରହିବାପାଇଁ ଜନସଚେତନତା ଓ ମାସ୍କ ସାନିଟାଇଜର ବଟଂନ

33

ମାଲକାନଗିରି,୨୧ ।୫ (ଓଡିଆ ପୁଅ ) ଘଚଂଜଙ୍ଗଲ ପାହଡ ଶୀର୍ଷରେ ଥିବା ଦୁର୍ଗମ ବଣ୍ଡାଘାଟି ରେ ଚଳିତବର୍ଷ ଦ୍ୱିତୀୟ ଲହର ରେ ୧୨ଜଣ ଆଦିମବଣ୍ଡା ଜନଜାତୀ କରୋନା ସଂକ୍ରମଣ ହେବା ପରେ ଜିଲ୍ଲାପ୍‌୍ରଶାସନିକ ଅଧିକାରୀ ସ୍ୱେଚ୍ଚାସେବୀ ଅନୁଷ୍ଟାନର କର୍ମକର୍ତା ମାନେ ବଣ୍ଡାଘାଟିରେ ପହଁଚି କୋଭିଡ ଜନସଚେତନତା ସହିତ ସମସ୍ତ ପ୍ରକାର ପ୍ରତିଶେଷଧକ ବ୍ୟବସ୍ଥା ଆରମ୍ଭ କରିଦେଇଛନ୍ତି । ଆଜି ଦୁର୍ଗମ ବଣ୍ଡାଘାଟିକୁ ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ କ୍ଷୀରାଦ୍ଧି ବେହେରା ଗସ୍ତକରି କରୋନା ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବଣ୍ଡା ଜନଜାତିଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା କଥାପଚାରି ବୁଝିଛନ୍ତି । ବଣ୍ଡା ଘାଟିର ଆଦିମାନବ ବଣ୍ଡା ଜନଜାତି କିପରି କରୋନା ସଂକ୍ରମଣ ରୁ ସୁରକ୍ଷିତ ରହିବେ ସେନେଇ ଅଧିକାରୀ ମାନଙ୍କ ସହିତ କୋଭିଡ-୧୯ ସଂପର୍କରେ ସମିକ୍ଷା କରିଛନ୍ତି । ଦୁର୍ଗମ ବଣ୍ଡା ଘାଟିରେ ଆଇଟିଡିଏ ସଂସ୍ଥା ପ କ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ତ୍ୱରାନିତ କରାଯିବା ସହିତ ବଣ୍ଡାଲୋକମାନେ କିପରି ସ୍ୱବଲମ୍ବି ହେବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ । ବଣ୍ଡାଘାଟିରେ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ ପନିପରିବା ବଜାର ଖୋଲା ଯିବା ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ପହଂଚାଇବାର ବ୍ୟବସ୍ଥା କରାଯାଇଛି । ବଣ୍ଡା ଲୋକମାନେ ସୀମାନ୍ତ ଆନ୍ଦ୍ରପ୍ରଦେଶ ଆନକାଡିଲି ହାଟକୁ ଯାଇ କରୋନା ସଂକ୍ରମଣ ହୋଇଥିବାରୁ ଆନ୍ଦ୍ର ସୀମାନ୍ତକୁ ସିଲ କରିଦିଆଯାଇଛି । ବଣ୍ଡାଘାଟିରେ ଜିଲ୍ଲାପ୍ରଶାସନ ପକ୍ଷରୁ ନିୟମତି ଭାବେ ସ୍ୱାସ୍ଥ୍ୟଶିବିର ଓ କୋଭିଡ ଜନସଚେତନତା ଚାଲିଛି,କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସମସ୍ତ ବଣ୍ଡା ସଂପ୍ରଦାୟଙ୍କୁ ମାସ୍କ,ସାନିଟାଇଜର,ହ୍ୟାଣ୍ଡଓ୍ୟାସ ପ୍ରଦାନ କରାଯାଇଛି ବୋଲି ପିଏ ଆଇଟିଡିଏ ଶ୍ରୀ ବେହେରା ସୁଚନାଦେଇଛନ୍ତି । ବଣ୍ଡାଘାଟିର ବିଭିନ୍ନ ଦୁର୍ଗମ ଗ୍ରାମକୁ ଯାଇ ବଣ୍ଡାଜନଜାତିଙ୍କ ସହିତ କରୋନା ସଂକ୍ରଣରୁ କିପରି ସୁରକ୍ଷିତ ରହିବେ ସେନେଇ ମାସ୍କ ପରିଧାନ କରିବା ସାମାଜିକ ଦୂରତା ରଖିବା,ଜନଗହଳି କୁ ନ ଯିବା ଆଦି ଜନସଚେତନତାର ବାର୍ତା ଦେଇ ବଣ୍ଡାସଂପ୍ରଦାୟର ଲୋକମାନଙ୍କୁ ମାସ୍କ,ସାନିଟାଇଜର ବାଟିଂଛନ୍ତି,ପିଏ ଆଇଟିଡିଏ ଙ୍କ ସହିତି ପ୍ରକଳ୍ପ ପରିଚାଳକ ରାଜେନ୍ଦ୍ର କୁମନାର ନାଗ,ବଣ୍ଡା ଉନ୍ନୟନ ସମତି ଅଧିକାରୀ,ଖଇରପୁଟ ବିଡିଓ,ତହସିଲଦାର,ଖଇରପୁଟ ଡାକ୍ତର,ଙ୍କ ସହିତ ଅନ୍ୟନ ଅଧିକାରୀ ମାନେଉପସ୍ଥିତ ଥିଲେ । ଗତ ୧୩ତାରିଖ ଠାରୁ ବଣ୍ଡାଘାଟିର ମୁଦୁଲିପଡା,ବନ୍ଧଗୁଡା,ବାଣ୍ଡିଗୁଡା,ରାମଲିଗୁଡା,ସିଲିଗୁଡା ଗ୍ରାମ ଗୁଡିକରେ ଆଇଟିଡିଏ ସଂସ୍ଥାପ ପକ୍ଷରୁ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଜନ ସଚେତନତାର ଶିବିର କରାଯିବା ସହିତ ମାସ୍କ,ସାନିଟାଇଜର, ସାବୁନ ବଟଂନ କରାଯାଇ ବଣ୍ଡା ଲୋକମାନଙ୍କୁ ଥର୍ମାଲ ସ୍କ୍ରିନିଂ ସହ ଚିକିତ୍ସା ବ୍ୟବସ୍ଥା ଯୋଗାଇଦିଆ ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.