Home ଜିଲ୍ଲା ପରିକ୍ରମା ଡଙ୍ଗା ବୁଡି ରେ ନିଖୋଜ ୩ ଜଣ ଙ୍କ ମୃତ ଦେହ ଉଦ୍ଧାର

ଡଙ୍ଗା ବୁଡି ରେ ନିଖୋଜ ୩ ଜଣ ଙ୍କ ମୃତ ଦେହ ଉଦ୍ଧାର

41

ମାଲକାନଗିରି୨୧ ।୫ ( ଓଡିଆ ପୁ୍‌ଅ )ବାଲିମେଳା ଜଳଭଣ୍ଡାରରେ ଡଙ୍ଗାବୁଡିଘଟଣାରେ ନିଖୋଜ ତିନିଜଣଙ୍କ ମୃତ ଦେହ ଦୀର୍ଘ୪୮ଘଟାଂର ସଂଘର୍ଷପରେ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ଗତକାଲି ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ପୁଣି ନିଖୋଜ ଦୁଇଜଣ ଙ୍କ ମୃତ ଶରୀରର ଉଦ୍ଧାର ହୋଇଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ସ୍ୱାଭିମାନ ଅଚଂଳ ବାଲିମେଳା ଜଳଭଣ୍ଡାରରେ ଡଙ୍ଗା ବୁଡି ୩ ଜଣ ନିଖୋଜ ଥିଲେ । ବୁଧବାର ସକାଳେ ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଚଂଳ ଜଳଭଣ୍ଡାର ଅପର ପାଶ୍ୱର୍ରେ ଥିବା ଅଣ୍ଡ୍ରାପାଲି ପଚାଂୟତ ଦାମଦରବେଡା ଗ୍ରାମରୁ ୧୩ଜଣ ଅଦିବାସୀ ଲୋକେ ପରିବାର ଙ୍କୁ ଧରି ଓରାପଦର ଗ୍ରାମକୁ ଯାଉଥିଲେ । ସେଠାରୁ ଏକ ମାଛଧରା ହୁଲି ଡଙ୍ଗାରେ ବାଲିମେଳା ଜଳ ଭଣ୍ଡାର ମଧ୍ୟରେ ହୁଲି ଡଙ୍ଗାରେ ନିଜଘରକୁ ଫେରୁଥିଲେ । ଡଙ୍ଗାଟି ଜଳଭଣ୍ଡାର ମଧ୍ୟରେ ଯାଉଥିବା ବେଳେ ଓରାପଦର ଠାରୁ କିଛିବାଟ ଗଲପାରେ ବାକୁଲି ଘାଟ ନିକଟରେ ଭାରସାମ୍ୟହରାଇ ପାଣିରେ ଓଲଟି ପଡିଥିଲା । ଡଙ୍ଗାରେ ବସିଥିବା ୧୩ଜଣଙ୍କ ଯାକ ପାଣିରେ ବୁଡି ଯାଇଥିଲେ । କିଛି ଲୋକ ଙ୍କୁ ନିକଟସ୍ଥ ଗ୍ରାମବାସୀ ଉଦ୍ଧାର କରିଥିବା ବେଳେ ବହୁକଷ୍ଟରେ ଅନ୍ୟମାନେ ପହଁରି ପହଁରି କୁଳକୁ ପଳାଇ ଆସିନିଜଡର ଜୀବନ ବଚାଂଇଥିଲେ । ମୋଟ ୧୦ଜଣ ଲୋକ ଉଦ୍ଧାର ହୋଇଥିବା ବେଳେ ଗୋଟିଏ ପରିବାରର ଜଣେବୃଦ୍ଧା,ଜଣେ ମହିଳା ଓ ତିନିବର୍ଷର ଶିଶୁ ପାଣିରେ ବୁଡି ଯାଇ ନିଖୋଜ ଥିଲେ । ସେଠାରେ ନିକଟସ୍ଥ ଗ୍ରାମବାସୀ ମାନେ ପହଁଚି ତହସିଲଦାର,ଅଗ୍ନିଶମବିଭାଗ କୁ ଫୋନକରିବାସହ ସେମାନେ ପାଣିରେ ବହୁତ ଖୋଜିଥିଲେ । ବହୁ ସମୟ ପରେ ଘଟଣାସ୍ଥଳରେ କୁଡୁମୁଲୁଗୁମ୍ମା ରୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଁଚି ବହୁତ ଖୋଜା ଖୋଜି କଲାପରେ ମଧ୍ୟ ନିଖୋଜ ତିନିଜଣଙ୍କର କିଛି ପତା ମିଳି ନଥିଲା, ଘଟଣାସ୍ଥଳରେ ଚିତ୍ରକୋଣ୍ଡା ତହସିଲଦାର ଟି ପଦ୍ମନ ଦୋରା, କୁଡୁମୁଲୁଗୁମ୍ମା ତହସିଲଦାର ବିଜକୁମାର ମାଣ୍ଡାଙ୍ଗି,ଏସଡିପିଓ ସୁନାରାମ ହେମ୍ବ୍ରେମ,ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ,କୁଡୁମୁଲୁଗୁମ୍ମା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ବାଲିମେଳା ଜଳଭଣ୍ଡାର ବାକୁଲି ନଦୀ ଘାଟ ଅଚଂଳରେ ଗୁରୁବାର ଦିନ ନିଖୋଜ ମାନଙ୍କୁ ଖୋଜା ଚଳାଇଥିଲେ । ଗତକାଲି ଅପରାହ୍ନରେ ନିଖୋଜ ଙ୍କ ମଧ୍ୟରୁ ଜଣେ ବୁଦ୍ରୀ ମୁଦୁଲି ନାମକ ଜଣେ ବୃଦ୍ଧା ଙ୍କୁ ଉଦ୍ଧାର କରିଥିଲେ । ଗତକାଲି ରାତ୍ର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସ୍ତଗିତ ରଖା ଯାଇଥିଲା । ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଚାଲୁକରିଥିଲେ । ଆଜି ସକାଳେ ବାଲିମେଳା ଜଳଭଣ୍ଡାର ବାକୁଲି ଘାଟ ନିକଟରୁ ଜଣେ ମହିଳା ଓ ଜଣେ ଶିଶୁଙ୍କ ମୃତଶରୀର କୁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଉଦ୍ଧାର କରିଛନ୍ତି ।ବାଲିମେଳା ଜଳଭଣ୍ଡାରରେ ଦୀର୍ଘ ୪୮ଘଟାଂର ସଂଘର୍ଷପରେ ଡଙ୍ଗାବୁଡାରେ ନିଖୋଜ ତିନିଜଣଙ୍କ ମୃତ ଶରୀରର ଉଦ୍ଧାର ହୋଇପାରିଛି । ଉଦ୍ଧାର ମୃତ ଶରୀର ପୁଲିସ ଜବତ କରି ଶବବ୍ୟବଛେଦ ନିମନ୍ତେ ହସପିଟାଲକୁ ପଠାଇ ଡଙ୍ଗାବୁଡି ଘଟଣାର ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.