Home ଓଡ଼ିଶା ପିଇଓ ମୃତ୍ୟୁ ମାମଲା;ସିବିଆଇ ତଦନ୍ତ ଦାବିକୁ ନେଇ କଂଗ୍ରେସର ଧାରଣା

ପିଇଓ ମୃତ୍ୟୁ ମାମଲା;ସିବିଆଇ ତଦନ୍ତ ଦାବିକୁ ନେଇ କଂଗ୍ରେସର ଧାରଣା

226

ଭୁବନେଶ୍ୱର ୩୧ା୧୦ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନେତୃତରେ ଆଜି ରାଜଭବନ ସମ୍ମୁଖରେ ଶତାଧିକ ନେତା ଓ କର୍ମି ଧାରଣାରେ ବସିବା ଦେଖିବାକୁ ମିଳିଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରି କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରହସ୍ୟ ଘେରରେ ରହିଛି ସ୍ମିତାରାଣୀଙ୍କ ମୃତ୍ୟୁ ତାଙ୍କ ମୃତ୍ୟୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେଣୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.