Home ଓଡ଼ିଶା ନିଜେ ରଚିଥିବା ଜାଲରେ ଫସିଲା ଲୁଟେରା

ନିଜେ ରଚିଥିବା ଜାଲରେ ଫସିଲା ଲୁଟେରା

129

କଟକ, ୩୧/୧୦, (ଓଡ଼ିଆ ପୁଅ ପି ନାୟକ): ନିଜ ଜାଲରେ ନିଜେ ଫସିଲା ଲୁଟେରା। ଲୁଟ କରିବା ପାଇଁ ଯେଉଁ ନାଟକ ରଚାଇଥିଲା ଶେଷରେ ସେଇ ଜାଲରେ ପଡିଲା ନିଜେ ଲୁଟେରା। ଆଜ୍ଞା ହଁ, ଏପରି ଏକ ଘଟଣା କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।ଆଉ ଅଭିଯୋଗକାରୀ ହିଁ ଅଭିଯୁକ୍ତ ବୋଲି ସୂଚନା ଦେଇଛି ପୋଲିସ। ତେବେ ସୂଚନା ଅନୁସାରେ, ଗତ ୨୯ତାରିଖ ଦିନ ୧୧ଟା ବେଳେ ଏକ କମ୍ପାନୀର ମାର୍କେଟିଂ ମ୍ୟାନେଜର ସନ୍ତୋଷ କୁମାର ରାଜ ଲୁଟ୍‌ର ଶିକାର ହୋଇଥିବା ଖୁଣ୍ଟୁଣୀ ଥାନାରେ ଏତଲା ଦେଇଥିଲେ। କମ୍ପାନୀର ଟଙ୍କା ଭରିବା କରିବାକୁ ଗଲା ବେଳେ ଦୁଇଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ତାଙ୍କଠାରୁ ଟଙ୍କା ଲୁଟ୍‌କରିଥିବା ସେ ଅଭିଯୋଗରେ ସେ ଦର୍ଶାଇଥିଲେ। ମାତ୍ର ଏବେ ପୋଲିସ ଏହି ଘଟଣା ଉପରୁ ପରଦା ଉଠାଇଛି। ଘଟଣାର ତଦନ୍ତ ପରେ ଢେଙ୍କନାଳ ହରେକୃଷ୍ଣପୁର ଗାଁରେ ସନ୍ତୋଷଙ୍କ ଘରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ବଳକା ଟଙ୍କା ସେ କିଛି ଲୋକଙ୍କୁ ଦେଇଥିବା ସ୍ୱୀକାର କରିଛି। ଆସନ୍ତାମାସରେ ସନ୍ତୋଷ ବିବାହ କରିବାକୁ ଥିବା ବେଳେ ଅଏସରେ ଜୀବନ କାଟିବା ପାଇଁ ଏହି ଟଙ୍କା ଲୁଟ କରିଥିବା ପୋଲିସ ସୂଚନା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.