Home କେନ୍ଦୁଝର ପାଲାଗାୟକଙ୍କ ସ୍ମୃତିସଭା

ପାଲାଗାୟକଙ୍କ ସ୍ମୃତିସଭା

37

ହାଟଡିହି,୬/୧୧ : (ଓଡିଅପୁଅ / ବିକାଶବିଶ୍ୱାଳ) ହାଟଡିହି ବ୍ଲକ କଳିଗାଁ ଗ୍ରାମର ବିଶିଷ୍ଟ ପାଲା ଗାୟକ ତଥା କର୍ମକାଣ୍ଡବିତ୍ ପଣ୍ଡିତ ସ୍ୱର୍ଗତ ରାମଚନ୍ଦ୍ର ପଣ୍ଡାଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗାୟକ ବାଚଷ୍ପତି ତଥା ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗାୟକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ଏହି ସଭାରେ ଅଖଣ୍ଡାନନ୍ଦ ସରସ୍ୱତୀ, ନୀଳମାଧବ ମହାରାଜ, ଦିବ୍ୟସିହ ମହାରାଜ, ମହାରାଜ ଭରତ ଗିରି, ଶ୍ରୀନିବାସ ଆଚାର୍ଯ୍ୟଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ପାଲାଗାୟକ ମାନେ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କର ସ୍ମୃତି ଚାରଣ କରିଥିଲେ । ପରେ ଗ୍ରାମର ନାମସଂଙ୍କିର୍ତ୍ତନ ଦଳ ଦ୍ୱାରା ସ୍ୱର୍ଗତ ପଣ୍ଡାଙ୍କ ଫଟୋଚିତ୍ର ଧରି ଗ୍ରାମ ପରିକ୍ରମା କରିଥିଲେ । ପଦ୍ମନାଭ ପଣ୍ଡା, ସତ୍ୟନାରାୟଣ ପଣ୍ଡା, ଦେବରାଜ ପଣ୍ଡା, ଭଗବାନ ପଣ୍ଡା, ଶଙ୍କର୍ଷଣ ପଣ୍ଡା, ସୁରେନ୍ଦ୍ର କୁମାର କର, ଗୋପୀରଞ୍ଜନ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.