Home ଅପରାଧ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଟୁରୀରେ ଆକ୍ରମଣ କରି ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଟୁରୀରେ ଆକ୍ରମଣ କରି ବିଷ ପିଇ ଆତ୍ମହତ୍ୟା କଲେ ସ୍ୱାମୀ

387

ବଡ଼ବିଲ, ତା ୨୬ ଜୁନ (ଓଡ଼ିଆ ପୁଅ/ସୀତାରାମ ଦିକ୍ଷିତ)କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ବାରିଗାଁରେ ଘଟିଛି ଏଭଳି ଅଭାବନିୟ ଘଟଣା। ଗ୍ରାମର ୬୫ବର୍ଷୀୟ ବୃଦ୍ଧ ନବଘନ ସାହୁ ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ନିଜ ପତ୍ନୀ ମଞ୍ଜୁଲତା ସାହୁ(୫୬)ଙ୍କ ମୁଣ୍ଡକୁ ଏକ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ମଞ୍ଜୁଲତାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏହି କାଣ୍ଡ ଘଟାଇବା ପରେ ନବଘନ ଘରୁ କେଉଁଆଡ଼େ ପଳାଇଥିଲେ। ଏଥିସହ ସାଙ୍ଗରେ କୀଟନାଶକ ନେଇ ପଳାଇଥିବାର ପରିବାର ପକ୍ଷରୁ ଜଣାଯାଇଛି।ପରିବାର ଲୋକେ ବହୁ ଖୋଜାଖୋଜି ପରେ ଆଜି ପାଖାପାଖି ଦିନ ୧୦ଘଟିକା ସମୟରେ ଗ୍ରାମ ନିକଟସ୍ଥ ପଳାସ ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ। ସେଠାରୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସମ୍ପର୍କରେ ଘଷିପୁରା ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.