Home କୋରାପୁଟ କୋରାପୁଟ ସହରରେ ନିୟମିତ ପାନୀୟ ଜଳ ଯୋଗାଣ କରିବାକୁ ନଗର ବିଜେପିର ଦାବିପତ୍ର ପ୍ରଦାନ

କୋରାପୁଟ ସହରରେ ନିୟମିତ ପାନୀୟ ଜଳ ଯୋଗାଣ କରିବାକୁ ନଗର ବିଜେପିର ଦାବିପତ୍ର ପ୍ରଦାନ

94

କୋରାପୁଟ ୨୬-୦୬-୧୯(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜନସ୍ୱାସ୍ଥ୍ୟ ବିଭାଗ ତାରଫରୁ କୋରାପୁଟ ସହରରେ ନିୟମିତ ପାନୀୟ ଜଳ ଯୋଗାଣ କରିବାକୁ ନଗର ବିଜେପି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।ପ୍ରତ୍ୟେକ ଦିନ ସକାଳ(୫ଘ.ରୁ ୯ଘ.) ଓ ସଂଧ୍ୟା (୬ଘ.ରୁ୯ଘ.)ରେ ପାନୀୟ ଜଳ ଯୋଗାଣ କରିବା ସହ ପମ୍ପ ଲଗାଇଥିବା ବ୍ୟକ୍ତିମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।ଯଦି ଦାବି ସମାଧାନ ନ ହୁଏ ତେବେ କୋରାପୁଟ ନଗର ବିଜେପି ତରଫରୁ ଆନ୍ଦୋଳନ କରାଯିବ ବୋଲି ସଭାପତି ଜି.ସଂଜିବ କୁମାର ଚେତାବନୀ ଦେଇଥିଲେ।ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଏଷ୍ଟିମେଟର ରମେଶ ଚନ୍ଦ୍ର ପଣ୍ଡା ଦାବିପତ୍ର ଗ୍ରହଣ କରିଥିବା ବେଳେ ଉପଖଣ୍ଡ ଅଧିକାରୀ ରାଜେଶ କୁମାର ବେହେରା ଉପସ୍ଥିତ ଥିଲେ।ନଗର ସଂପାଦକ ତ୍ରୀନାଥ ଦଳେଇ, ଉପସଭାପତି ସିଦ୍ଧାର୍ଥ ମୁଦୁଲି, ରାଜ କିଶୋର ସମାନ୍ତରାୟ, ମହିପାଳ ସିଂ, ଡି .ରାମା ରାଓ, ଚିତରଂଜନ ଶତପଥି, ରାଜେନ୍ଦ୍ର ସାହୁ, ମହେନ୍ଦ୍ର ସିଂ ପ୍ରମୁଖ ସଭ୍ୟମାନେ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.