Home ଓଡ଼ିଶା ପାରାଦ୍ବୀପ ଆଇଓସିଏଲ ରିଫାଇନାରୀକୁ ସଟ୍ ଡାଉନ ଘୋଷଣା କଲେ ଜିଲ୍ଲାପାଳ

ପାରାଦ୍ବୀପ ଆଇଓସିଏଲ ରିଫାଇନାରୀକୁ ସଟ୍ ଡାଉନ ଘୋଷଣା କଲେ ଜିଲ୍ଲାପାଳ

118

ଜଗତସିଂହପୁର-୧୮/୭ (ଓଡ଼ିଆ ପୁଅ/ନୃସିଂହ ଚରଣ ବାରିକ୍) ଜୁଲାଇ ୨୫ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ପାରାଦ୍ବୀପ ଆଇଓସିଏଲ ରିଫାଇନାରୀକୁ ସଟ୍ ଡାଉନ ଘୋଷଣା କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର।ସେ ଏନେଇ ଏକ ଭିଡିଓ ବାର୍ତ୍ତା ସର୍ବସାଧାରଣଙ୍କ ଅବଗତି ପାଇଁ ଆଜି ଜାରି କରିଛନ୍ତି। ୨୦୧୮ ମାର୍ଚ୍ଚ ମାସରୁ ଆଇଓସିଏଲ ରିଫାଇନାରୀର କୈଣସି ପ୍ରକାର ମେଣ୍ଟନାନସ ହୋଇନାହିଁ। ସଟ୍ ଡାଉନ ସମୟରେ କମ୍ପାନୀର କିଛି ପ୍ରଫେସନାଲ୍ ଓ ଟେକ୍ନିକାଲ୍ ଷ୍ଟାଫ୍ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। କରୋନା ପରିସ୍ଥିତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ଓ ଆଇଓସିଏଲ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ବାହାରୁ ଲୋକ ଏଠାକୁ କାମ କରିବାକୁ ଆସୁଛନ୍ତି। ପ୍ରତିଦିନ ୧୩୦ ଜଣଙ୍କ ଠାରୁ ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଟି ଟିମ୍ ନିୟୋଜିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସଟ୍ ଡାଉନ ସମୟରେ ଆଖପାଖ ଗ୍ରାମର ସାତ ଶହରୁ ଆଠ ଶହ ଲୋକ କାମ କରିବେ। ସେମାନେ ମାସ୍କ ପିନ୍ଧିବା, ହାତରେ ଗ୍ଲୋବସ୍ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଉପରେ ଯେପରି ଗୁରୁତ୍ୱ ଦେବେ ସେଥିପ୍ରତି ପ୍ରଶାସନ ସଜାଗ ରହିବ। ଆଇଓସିଏଲ କମ୍ପାନୀ ପକ୍ଷରୁ ଗ୍ଲୋବସ୍ ଯୋଗାଇ ଦିଆଯିବ ସମସ୍ତଙ୍କୁ। ଆଇଓସିଏଲକୁ ଯିବା ରାସ୍ତାରେ ଏବଂ ଆଖପାଖ ଦୋକାନ ଓ ଛକ ଜାଗାରେ ଲୋକଙ୍କ ଭିଡ ଜମିବାକୁ ଦିଆଯିବ ନାହିଁ। ୧୪୪ ଧାରା ଲାଗୁ କରାଯିବ। ଏଥିପାଇଁ କେହି ଭୟଭିତ ନ ହେବାକୁ ଏବଂ ପ୍ରଶାସନକୁ ଏଥିରେ ପୂର୍ଣ୍ଣ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏହି ସମସ୍ତ କାର୍ଯ୍ୟର ତଦାରଖ ପାଇଁ ପାରାଦ୍ବିପର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଥିବା ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଆଜି ଜଗତସିଂହପୁର ଜିଲ୍ଲାରେ ବାହାରିଥିବା ୨୨ କରୋନା ପଜିଟିଭ ମଧ୍ୟରୁ ଆଇଓସିଏଲ ରିଫାଇନାରି ପରିସରରେ ଥିବା କ୍ବାରଣ୍ଟାଇନ ସେଣ୍ଟରର ୧୦ ଜଣ ରହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.