Home ଜିଲ୍ଲା ପରିକ୍ରମା ନୟାଗଡ଼: ଭାପୁର ବ୍ଳକ ଟିକିରିପଡ଼ା ଗ୍ରାମକୁ ୨ଦିନିଆ ସଟ୍‌ଡାଉନ କଲେ ସରପଂଚ

ନୟାଗଡ଼: ଭାପୁର ବ୍ଳକ ଟିକିରିପଡ଼ା ଗ୍ରାମକୁ ୨ଦିନିଆ ସଟ୍‌ଡାଉନ କଲେ ସରପଂଚ

91

ନୟାଗଡ଼, ୧୮ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରୁ ଶନିବାର ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟଙ୍କ ମଧ୍ୟରେ ଭାପୁର ବ୍ଳକର ଟିକିରିପଡ଼ା ଗୋଖାସାହିରୁ ଜଣେ ଆକ୍ରାନ୍ତ ରହିଛନ୍ତି। ଆକ୍ରାନ୍ତ ଜଣକ ବହୁ ଲୋକଙ୍କ ସଂଶ୍ପର୍ଶରେ ଆସିଥିବାରୁ ଏହାକୁ ନେଇ ଶାସନ ପଂଚାୟତରେ ଭୟର ବାତାବରଣ ଦେଖାଦେଇଛି। ଏହାକୁ ଗୁରୁତ୍ୱର ସହ ବିଚାରକରି ସରପଂଚ ଚୁମୁକି ଗୋଚ୍ଛି ଗୋଖାସାହି ସମେତ ଟିକିରିପଡ଼ା ଗ୍ରାମକୁ ସଟ୍‌ଡାଉନ ଘୋଷଣା କରିଛନ୍ତି। ଏହି ନିୟମ ଶନିବାର ଠାରୁ ଲାଗୁହୋଇ ୨୦ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ କାଏମ ରହିବ ବୋଲି ସରପଂଚ ସୂଚନା ଦେଇଛନ୍ତି। ସବୁ ଦୋକାନ ବଜାର ବନ୍ଦ ରହିବା ସହ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.