Home ଜିଲ୍ଲା ପରିକ୍ରମା ପାପଡାହାଣ୍ଡି ପୋଲିସକୁ ବଡ଼ ସଫଳତା

ପାପଡାହାଣ୍ଡି ପୋଲିସକୁ ବଡ଼ ସଫଳତା

57

ନବରଙ୍ଗପୁର ୩-୭ (ଓଡ଼ିଆ ପୁଅ) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ପୋଲିସକୁ ମିଳିଛି ବଡ଼ ସଫଳତା। ଏ ଅଞ୍ଚଳରେ ଚୋରି କରୁଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଦଳକୁ ଧରିବାରେ ମିଳିଛି ଏହି ସଫଳତା। ପାପଡାହାଣ୍ଡି ଅଞ୍ଚଳରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଚୋରି ହେଉଥିବା ଘଟଣାରେ ଜନ ସାଧାରଣ ଅତିଷ୍ଠ ହୋଇ ଅନ୍ଧାରରେ ଦିନ କାଟୁ ଥିବାବେଳେ ବିଦ୍ୟୁତ୍ ବିଭାଗକୁ ଜଣାଇ ଥିବାରୁ ବିଦ୍ୟୁତ୍ ବିଭାଗ ପାପଡାହାଣ୍ଡି ଥାନା ଅଧିକାରୀ ମୀରା ନାୟକଙ୍କ ପାଖରେ ଏଫ୍ ଆଇ ଆର୍ ଦେଇ ଥିଲେ। ୨୪/୬ ରେ ହୋଇଥିବା ଅଭିଯୋଗ ଆଧାରରେ ଥାନା ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ଛତିଶଗଡ ଅଞ୍ଚଳରୁ ଆସି ଏ ଅଞ୍ଚଳରେ ଟ୍ରାନ୍ସଫର୍ମର ଚୋରି ରାକେଟ୍ ସକ୍ରିୟ ହୋଇ ୨୨ ଟି ଟ୍ରାନ୍ସଫର୍ମର ଚୋରି କରି ଥିବା ବେଳେ ଉକ୍ତ ଚୋରି କରୁ ଥିବା ଦଳକୁ କଳାହାଣ୍ଡି ଜିଲ୍ଲାରୁ ଗିରଫ କରି ଆଣିବାରେ ସକ୍ଷମ ହୋଇ ପାରି ଥିଲେ। ଉକ୍ତ ଚୋର ଦଳ ପଡ଼ୋଶୀ ରାଜ୍ୟ ଛତିଶଗଡର ବୋଲି ଜଣାପଡିଛି। କଳାହାଣ୍ଡି ଜିଲ୍ଲାରୁ ଗିରଫ ୬ ଜଣଙ୍କୁ ପାପଡାହାଣ୍ଡି ପୋଲିସ ୯୭/୨୦୨୨ରେ ମାମଲା ରୁଜୁ କରି ଶନିବାର ତା୨/୭/୨୦୨୨ ରେ କୋର୍ଟ ଚାଲାଣ କରିଥିବା ଥାନା ସୁତ୍ର ରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.