Home Top News ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି : ଆଜିଠୁ ଆଡ଼ପ ମଣ୍ଡପ ଅବଢା

ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି : ଆଜିଠୁ ଆଡ଼ପ ମଣ୍ଡପ ଅବଢା

104

ନୂଆଜିଲ୍ଲୀ ୩-୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀଗୁଣ୍ଡିଚାଯାତ୍ରା ଜିନ ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ମହାପ୍ରଭୁଙ୍କର ସମସ୍ତ ନୀତି ରଥ ଉପରେ ଅନୁଷ୍ଠିତ ହୋଇଥିଲା। ଗତକାଲି ସକାଳେ ରଥ ଉପରେ ଶ୍ରୀ ଜୀଉମାନଙ୍କର ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତି ରଥ ଉପରେ ସମ୍ପର୍ଣ୍ଣ ହୋଇଥିଲା। ରଥାରୂଢ ଠାକୁର ମାନଙ୍କୁ ଦର୍ଶନ କରିବା ପାଇଁ ରଥ ନିକଟରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କର ପ୍ରବଳ ଭିଡ ହୋଇଥିଲା। ରଥ ଉପରେ ସନ୍ଧ୍ୟା ଧୂପ ଶେଷ ହେବା ପରେ ଶ୍ରୀ ଜୀଉମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ଆଡ଼ପ ମଣ୍ଡପରେ ବିଜେ କରାଯାଇଛି। ପହଣ୍ଡି ଦେଖିବା ପାଇଁ ଶରଧାବାଲିରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ପ୍ରବଳ ସମାଗମ ହେବା ସହ ଭକ୍ତଙ୍କ ହୁଳହୁଳି, ହରିବୋଲ ଓ ଶଙ୍ଖ ଧ୍ବନିରେ ଶରଧାବାଲି ପ୍ରକମ୍ପିତ ହୋଇ ଉଠିଥିଲା। ଆସନ୍ତା କାଲି ଠାରୁ ଶ୍ରୀ ଜୀଉମାନଙ୍କର ଆଡପ ମଣ୍ଡପ ଅବଢ଼ା ବାହାରିବ। ଆଜି ଗୁଣ୍ଡିଚା ଘରେ ଥିବା ରୋଷ ଘରୁ ୭୫୨ଟି ଚୁଲି ମଧ୍ୟରୁ ୨୦ଟି ଚୁଲି ଭାଙ୍ଗି ଦେଇଥିବା ଟୁବୁଲୁଶ୍ବର, ନାରାୟଣ ମହାପାତ୍ର ପ୍ରମୁଖ ଅଭିଯୋଗ କରିଛନ୍ତି। ଗତକାଲି ଏ ସବୁ ଚୁଲି ନିର୍ମାଣ କରାଯାଇଥିଲା। କିନ୍ତୁ କେହି ଭାଙ୍ଗି ଦେଇଥିବା ଏମାନେ ଅଭିଯୋଗ କରିଛନ୍ତି। ଭାଙ୍ଗି ଯାଇଥିବା ଚୁଲିର ନିର୍ମାଣ ହୋଇଯାଇଛି। ଏଠାରେ ସ୍ମରଣିକା ଯେ ଶ୍ରୀ ମନ୍ଦିରର ରୋଷଘରେ ମଧ୍ୟ କେହି ଦୁର୍ବୁତ୍ତ ୪୦ଟି ଚୁଲି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.