Home କେନ୍ଦୁଝର ପାଣିରେ ବୁଡିଯିବା ବେଳେ ବାଳକ ଉଦ୍ଧାର

ପାଣିରେ ବୁଡିଯିବା ବେଳେ ବାଳକ ଉଦ୍ଧାର

290

ବଡ଼ବିଲ ,ତା ୧୦ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ୧୩ ନମ୍ୱର ୱାର୍ଡର କ୍ରିଷ୍ଣା ମୁଣ୍ଡା ନାମକ ୧୦ ବର୍ଷର ବାଳକ ନିକଟସ୍ଥ ପିଜୁଳି ବଗିଚା ନିକଟରେ ଥିବା ନାଳରେ ବୁଡିଯାଉଥିବା ବେଳେ ଉଦ୍ଧାର ହୋଇଛି । ମିଳିଥିବା ଖବର ଅନୁଯାୟୀ ଉକ୍ତ ବାଳକ ଜଣଙ୍କ ମସ୍ତିଷ୍କ ବିକୃତ ହୋଇଥିବାରୁ ନାଳରେ ଗାଧେଇବା ସମୟରେ ବୁଡିଯାଇଥିବା ଜଣାପଡ଼ିଛି । ନିକଟରେ ଗାଧାଉଥିବା ଛୁଆମାନେ କ୍ରିଷ୍ଣାଙ୍କୁ ବୁଡି ଯାଉଥିବା ଦେଖି ତାଙ୍କୁ ଗଭୀର ପାଣି ଭିତରୁ ଉଦ୍ଧାର କରିଥିଲେ । ହେଲେ ତାଙ୍କ ପରିଚୟ ନପାଇ ସମାଜସେବୀ ଦିଲୁ ସ୍ୱାମୀଙ୍କୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଦିଲୁ ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚି କ୍ରିଷ୍ଣାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ନିମନ୍ତେ ବଡ଼ବିଲ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ । ସେଠାରେ ଚିକିତ୍ସା ପରେ ପରିଚୟ ନମିଳିବା ପରେ ବଡ଼ବିଲ ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରିଷ୍ଣାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରିଥିଲେ । ହେଲେ କ୍ରିଷ୍ଣା ନିଜ ନାମ ଛଡା ବାପା ମାଆଙ୍କ ପରିଚୟ ଦେଇପାରିନଥିଲା । ଏହି ଭଳି ପରିସ୍ଥିତିରେ କ୍ରିଷ୍ଣାଙ୍କୁ ଆଦିବାସୀ ବିକାଶ କେନ୍ଦ୍ର ସେରେଣ୍ଡାକୁ ନେଇଥିଲେ । ବଡ଼ବିଲ ପୋଲିସ ଓ ଦିଲୁ ସ୍ୱାମୀଙ୍କ ଉପସ୍ଥିତିରେ ଆଜି କ୍ରିଷ୍ଣାଙ୍କ ଘର ସନ୍ଧାନ ପାଇ ତାଙ୍କ ମାଆ ଓ ବାପାଙ୍କୁ ହସ୍ତାନ୍ତର କରିଥିଲେ । ଏହି ଉତ୍ତମ କାର୍ଯ୍ୟକୁ ନେଇ ଦିଲୁ ସ୍ୱାମୀ ଓ ବଡ଼ବିଲ ପୋଲିସ ଏଠାକାର ଜନସାଧାରଣ ବହୁତ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.