Home ଜିଲ୍ଲା ପରିକ୍ରମା ପାଠ୍ୟକ୍ରମ ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାଶିକ୍ଷାଧିକାରୀ

ପାଠ୍ୟକ୍ରମ ଅଗ୍ରଗତି ସମୀକ୍ଷା କଲେ ଜିଲ୍ଲାଶିକ୍ଷାଧିକାରୀ

42

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଉଚ୍ଚବିଦ୍ୟାଳୟରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନରେ ଥିବା ଅଭାବ ଅସୁବିଧା ସହ ପାଠଖସଡା ଅଗ୍ରଗତି ସମୀକ୍ଷା ଆଜି କରାଯାଇଛି । ଭଣ୍ଡାରିପୋଖରୀ ଉଚ୍ଚବିଦ୍ୟାଳୟ ପରିସରରେ ବ୍ଲକ ଶିକ୍ଷାଧିକାରୀ ଦୀପକ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ର ଯୋଗଦେଇ ଅତିଥି ଶିକ୍ଷକ ନିଯୁକ୍ତି ଦେବା ସହ ପାଠ୍ୟକ୍ରମ ଅଗ୍ରଗତି ସମ୍ପର୍କରେ ପ୍ରଧାନଶିକ୍ଷକମାନଙ୍କ ସହ ବିଚାର ଆଲୋଚନା କରିଥିଲେ । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟକ୍ରମ ଓ ଶିକ୍ଷାଦାନ ସମୟ ନିର୍ଘଣ୍ଟକୁ କଡାକଡି ଭାବେ ପାଳନ କରିବାକୁ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ଶ୍ରୀ ମିଶ୍ର ବିଭିନ୍ନ ବିଦ୍ୟାଳୟ ପାଇଁ ଅତିଥି ଶିକ୍ଷକ ନିଯୁକ୍ତି ଦେଇଥିଲେ । ଏହି ଅବସରରେ ଭଣ୍ଡାରିପୋଖରୀ ବ୍ଲକ ଓଷ୍ଟା ପକ୍ଷରୁ ସଭାପତି ଗଦାଧର ଯେନା, ସମ୍ପାଦକ ସୁବଳ ପତ୍ରୀ, ଉପସଭାପତି ରବିନ୍ଦ୍ର କୁମାର ମହାରଣା, କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ପଣ୍ଡା, ରାଜ୍ୟ ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରମୁଖ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀ ମିଶ୍ରଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ କରି ସ୍ୱାଗତ କରିଥିଲେ । ଜିପିୟୁ ପ୍ରଧାନଶିକ୍ଷକ ପବିତ୍ର ମୋହନ ବାରିକ ବୈଠକରେ ଉପସ୍ଥିତ ଥିଲେ । ଭଣ୍ଡାରିପୋଖରୀ ହାଇସ୍କୁଲ ପ୍ରଧାନଶିକ୍ଷକ ରମାକାନ୍ତ ଲେଙ୍କା ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.