Home ଜିଲ୍ଲା ପରିକ୍ରମା ଅସହାୟ ଦୁର୍ଯ୍ୟୋଧନ ପାଇଁ ସରକାରୀ ସହାୟତା ସାତସପନ ହୋଇଛି

ଅସହାୟ ଦୁର୍ଯ୍ୟୋଧନ ପାଇଁ ସରକାରୀ ସହାୟତା ସାତସପନ ହୋଇଛି

38

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ବସନ୍ତିଆ ଗ୍ରାମର ସ୍ୱର୍ଗତ ନିଧି ଯେନାଙ୍କ ମଧ୍ୟମ ପୁତ୍ର ଦୁର୍ଯ୍ୟୋଧନ ଯେନା । ଦଳିତ ବର୍ଗର ଏହି ବ୍ୟକ୍ତିଙ୍କୁ ୬୫ ବର୍ଷ ବୟସ ହେଲାଣି ।ବୟସର ଅପରାହ୍ନ ରେ ଭାରାକ୍ରାନ୍ତ ହୋଇ ଅଂଟା ନଇଁ ପଡ଼ିଲାଣି । ଆଖିକୁ ଭଲ ଦିଶୁନି କି କାନକୁ ଶୁଭୁନି । ଏହି ବୟସରେ ମଧ୍ୟ ଗୋଡ଼ରେ ଏକ ଅସୁଖା ଘା’ । ଯାହା ତାଙ୍କୁ ବହୁ କଷ୍ଟ ଦେଉଛି । ୮ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ବାମଗୋଡ ଭାଙ୍ଗିଯିବାରୁ ସେ ପ୍ରାୟ ଅକର୍ମଣ୍ୟ ହୋଇ ଯାଇଥିଲେ । ହାଡଟି ଯଥାକଥା ଯୋଡି ହୋଇ ଯାଇଥିଲେ ମଧ୍ୟ ତାଙ୍କ କାନି ଆଙ୍ଗୁଳିଟିକୁ କାଟି ଦିଆ ଯାଇଥିଲା ।ଉକ୍ତ ଗୋଡ଼ରେ ସୃଷ୍ଟି ହୋଇଥିବା ଘା ସୁଖିବାର ନା ନେଉନି । ସେ ମଧ୍ୟ ଅବିବାହିତ ହୋଇଥିବା ରୁ ନିରାଶ୍ରୟ ହୋଇ ନିଜର ଜୀବନକୁ ବହୁ କଷ୍ଠରେ ନିର୍ବାହ କରୁଛନ୍ତି । ଏହି ବୟସରେ ଆଃ ହା କରିବାକୁ ପାଖରେ କେହିନାହିଁ । ମୁଣ୍ଡ ଗୁଞ୍ଜିବା ପାଇଁ ବାସଗୃହ ଖଣ୍ଡିଏ ତାଙ୍କର ନଥିବାରୁ ସେ ପରଘର ର ବାର ସୁଣ୍ଡି ପିଣ୍ଡା ହେଉଥିବାର ପ୍ରକାଶ କରନ୍ତି । ଅନ୍ୟପକ୍ଷରେ ଜୀବନ ଯାପନପାଇଁ ସରକାରୀ ସହାୟତା ମିଳିନପାରୁଥିବାରୁ ସେ ବାଧ୍ୟ ହୋଇ ଭିକ୍ଷାବୃର୍ତ୍ତି କୁ ଆଦରି ନେଇଥିବାର ପ୍ରକାଶ କରନ୍ତି । ବାର୍ଦ୍ଧକ୍ୟର ଉପନୀତ ହୋଇଥିଲେ ମଧ୍ୟ ସେ ବାର୍ଦ୍ଧକ୍ୟ ଭତା ଟିଏ ପାଇ ବହୁ ଉଦ୍ୟମ କରିବି ତାହା ମିଳିପାରିନି । ଅନ୍ୟପକ୍ଷରେ ତାଙ୍କୁ ରେସନକାର୍ଡ଼ ଟିଏ ମିଳିଛି ।ସେଥିରେ ମାସିକ ମାତ୍ର ୫କିଗ୍ରା ଚାଉଳ ପାଉଥିବା ବେଳେ ତାହା ମଧ୍ୟ ଅନଲାଇନ ହୋଇନଥିବାରୁ ତାହାକିଛି ଦିନହେବ ବନ୍ଦ ଥିବାରୁ ସେ ବ୍ଳକକୁ ଆସି ଉକ୍ତ ଘଟଣା କୁ ଜଣାଇଛନ୍ତି । ଁ ଜିଲାପ୍ରଶାସନ ପକ୍ଷରୁ ବାର୍ଦ୍ଧକ୍ୟ ଭତ୍ତା ,ରେସନ ସମାଗ୍ରୀ ଓ ମୁଣ୍ଡ ଗୁଜିବା ପାଇଁ ଘରଟିଏ ମିଳନ୍ତା ତେବେ ନାନା ବିଧ ସମସ୍ୟାରେ ଘାଂଟି ଚକଟି ହେଉଥିବା ଦୁର୍ଯ୍ୟୋଧନ ଉପକୃତ ହୋଇପାରନ୍ତା ବିନତି କରନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.