Home ଓଡ଼ିଶା ପାଟଣା ରେଞ୍ଜରେ ଗୋଠ ଛଡା ଗୋଟିକିଆ ଦନ୍ତାର ଆତଙ୍କରାଜ: ଆଖପାଖ ୮ ଟି ଗାଁ ରେ...

ପାଟଣା ରେଞ୍ଜରେ ଗୋଠ ଛଡା ଗୋଟିକିଆ ଦନ୍ତାର ଆତଙ୍କରାଜ: ଆଖପାଖ ୮ ଟି ଗାଁ ରେ ଭାଙ୍ଗିଲା ୫ ରୁ ଉର୍ଦ୍ଧ ଘର

213

ପାଟଣା ୧୦-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଗୋଟିକିଆ ଦନ୍ତା ହାତୀର ଆତଙ୍କ ରାଜ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗତକାଲି ବିଳମ୍ବିତ ରାତିରେ ପାଟଣା ରେଞ୍ଜର ବଡ଼ବିଲ, ଜମୁନାଳିଆ, ତାଳସରୁଆ, ହଲଦୀବ ଟା, ନୂଆଗାଁ ଦୁବେଇପେଣ୍ଠ ଆଦି ଗ୍ରାମରେ ପଶି ୫ ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ନଷ୍ଟ କରିଛି ହାତୀ ଏଥି ସହିତ ପନିପରିବା ଚାଷ ମଧ୍ୟ ନଷ୍ଟ କରିଦେଇଛି ହାତୀ। ହଳଦୀବଟା ଗ୍ରାମର ମରା ମୁଣ୍ଡା ଖଗେଶ୍ୱର ନାଏକ, ବଡ଼ବିଲ ଦୁଃଶାସନ ନାଏକ, ସହଦେଵ ନାଏକ, ଜମୁନାଳିଆ ଗ୍ରାମର ମେରା ମୁଣ୍ଡା ଙ୍କ ଘର ଭାଙ୍ଗିଦେଇଛି ହାତୀ। ହାତୀ କୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ହାତୀ ଏବେ ଘୁଣ୍ଟିବେଡା ଗାଁ ନିକଟ ପୁରୁଣା ପାଣି ଜଙ୍ଗଲ ଥିବା ବଂ ବିଭାଗ ତରଫରୁ ସୂଚନା ମିଳିଛି ଗାଁ ନିକଟରେ ହାତୀଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ଖୁବ ଶୀଘ୍ର କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଦେବା ସହିତ ହାତୀ ଘଉଡାଇବା ପାଇଁ ଲୋକେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.