Home ଓଡ଼ିଶା ବିଜୁଳି କାଟିଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ : ସୁର ରାଉତରାୟ

ବିଜୁଳି କାଟିଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ : ସୁର ରାଉତରାୟ

334

ଭୁବନେଶ୍ୱର ୧୦-୧ (ଓଡ଼ିଆ ପୁଅ) କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଚେତାବନୀ। ତାହା ପୁଣି ବିଜୁଳି କାଟ୍ କୁ ନେଇ। ସୁର କହିଛନ୍ତି ୧୬ ରୁ ବିଜୁଳି କାଟ ହେଲେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ। ଆନ୍ଦୋଳନ ଜୋରଦାର ହେବ। ଗାଁରେ ଏମାନଙ୍କୁ ପୂରାଇ ଦିଆଯିବନି। ଆହୁରି ଛଅ ଦିନ ବାକି ରହିଛି ନିଷ୍ପତ୍ତି ବଦଳାଅ, ମୁଣ୍ଡ ଉପରେ ଅଛି ପିଲାଙ୍କ ପରୀକ୍ଷା।

ସୂଚନାଯୋଗ୍ୟଯେ, ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତିଯେ ଆସନ୍ତା ଜାନୁଆରୀ ୧୬ରୁ ‘ସେସୁ’ର ବିଦ୍ୟୁତ୍ କାଟ୍ ଡ୍ରାଇଭ୍ ଆରମ୍ଭ ହେବ। ବକେୟା ବିଦ୍ୟୁତ୍ ବିଲ୍ ପୈଠ କରିନଥିବା ୧୧, ୩୯୭ ଗାଁରେ ହେବ ବିଜୁଳି କାଟ୍। ଏପର୍ଯ୍ୟନ୍ତ କେବଳ ୧ ଲକ୍ଷ ୧୦ ହଜାର ଗ୍ରାହକ ବକେୟା ପଇଠ କରିଛନ୍ତି। ବିଜୁଳି ବିଲ୍‌ବାକି ରଖିଥିବା ୧୧ ହଜାର ୩୯୭ ଗାଁକୁ ବିଜୁଳି କଟିବ। ଏଥିପାଇଁ ସେସୁ ଗଢ଼ିଛି ୪୧୩ଟି ସ୍ବତନ୍ତ୍ର ସ୍କ୍ବାଡ୍‌। ୭ ଲକ୍ଷ ଖିଲାପକାରୀଙ୍କ ମଧ୍ୟରୁ କେବଳ ୧.୧୦ ଲକ୍ଷ ବିଲ୍‌ପଇଠ କରିଛନ୍ତି। ୮.୩୬ ଲକ୍ଷ ଘରୋଇ ଓ ୫୯, ୧୯୦ ବାଣିଜ୍ୟିକ ଗ୍ରାହକଙ୍କୁ ନୋଟିସ ପଠାଯାଇଥିଲା।

ସେସୁ ସିଇଓ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି, ଜାନୁଆରୀ ୧୫ ସୁଦ୍ଧା ବିଦ୍ୟୁତ ବକେୟା ବିଲ ନଦେଲେ ୧୬ ତାରିଖରୁ ବିଜୁଳି କଟିବ। ବକେୟା ବିଦ୍ୟୁତ ବିଲ୍ ପୈଠ କରିନଥିବା ଉପଭୋକ୍ତାଙ୍କ ବିଦ୍ୟୁତ କାଟିବା ନେଇ ଏସଏମଏସ ଓ ଇମେଲ ଯୋଗେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.