Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କୁ ଗିରଫକରିବା ଦାବିରେ କଂଗ୍ରେସର୧୨ଘଟିଂଆ ବନ୍ଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳଙ୍କ କୁଶପୁତଳିକା ଦାହ

ଜିଲ୍ଲାପାଳଙ୍କୁ ଗିରଫକରିବା ଦାବିରେ କଂଗ୍ରେସର୧୨ଘଟିଂଆ ବନ୍ଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳଙ୍କ କୁଶପୁତଳିକା ଦାହ

131

ମାଲକାନଗିରି,୧୦ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପାଳଙ୍କୁ ଗିରଫ ଦାବିକରି ଆଜି କଂଗ୍ରେସଦଳ ଜିଲ୍ଲାରେ ୧୨ଘଟିଂଆ ବନ୍ଦଡାକରା ଦେଇଛନ୍ତି, ଏହି ବନ୍ଦଦ୍ୱାରା ଜନସାଧାରଣ ପ୍ରଭାବିତ ହେବା ସହ ସମସ୍ତ ଦୋକାନ ବଜାର,ସ୍କୁଲ କଲେଜ,ଅଫିସ ଗୁଡିକ ବନ୍ଦ ହୋଇ ଯାନବାହନ ଚଳାଚଳ ଠପ ହୋଇଯାଇଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଜଣେ ଦୁର୍ନିତିଗସ୍ତ ଅଫିସର,ସେ ସୁଶିଲ ଅଗ୍ରଓ୍ୟାଲ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ବିଭିନ୍ନ ବିଭାଗର ପିସି ନେଉଥିଲେ,ସୁଶିଲ ଅଗ୍ରଓ୍ୟାଲ ଙ୍କ ସହ ତାଙ୍କର ସଂପର୍କ କଣ,ଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡା ଙ୍କ ମୃତ୍ୟୁପାଇଁ  ଜିଲ୍ଲାପାଳ ଦାୟୀ ତାଙ୍କୁ ତୁରନ୍ତଗିରଫ କରାଯାଉ ବୋଲି ଦାବୀକରି ପିସିସି କାର୍ଯ୍ୟକାରୀ ସଭାପତି ତଥା ପୁର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଆଜି ସକାଳ ୬ଟା ରୁ ଜିଲ୍ଲାପାଳ ଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାକଂଗ୍ରସ ଭବନ ଠାରୁ ବିରାଟ ସୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ, ବସଷ୍ଟାଣ୍ଡ,ବାଲିମେଳା ଛକ, କୋର୍ଟ ଛକ,ଡିଏନକେ ଛକ,ସୁବାଷବୋଷ ଛକ, କଲେଜ ଛକ ଠାରେ ପିକେଟିଂ କରି ଟାୟାର ଜାଳି ଯାନବାହନ ଅଟକାଇ ରାସ୍ତାରୋକ କରିଥିଲେ । ମାଲକାନଗିରି ଜିଲ୍ଲାକୁ ଚଳାଚଳକରୁଥିବା  ଯାନବାହନ ଚଳାଚଳା ବନ୍ଦରହିବାସହ ସରକାରି  ବେସରକାରି ଅଫିସ, ଦୋକାନବଜାର. ସ୍କୁଲ କଲେଜ, ବ୍ୟାଙ୍କ, ପୋଷ୍ଟ ଅଫିସ,ପେଟ୍ରୋଲ ପମ୍ପ ଗୁଡିକ ବନ୍ଦ ହୋଇଯାଇ ଥିବାରୁ ଜନ ସାଧାରଣ ନାହିଁ ନଥିବା ହଇରାଣ ହୋଇଥିଲେ । ଏହି ଜିଲ୍ଲା ବନ୍ଦ ଡାକରାରେ ଘରୋଇ ବସ ଓ ରାଜ୍ୟପରିବହନ ନିଗମ ବିଭାଗ ର ମାଲକାନଗିରି ଜିଲ୍ଲାକୁ ଚଳାଚଳ କରୁଥିବା ସମସ୍ତ ସରକାରି ଓ ଘରୋଇ ବସ ଗୁଡିକ ବନ୍ଦ କରିଦେଇଛନ୍ତି ।  କେତକ ବସ ଜୟପୁର ଠାରେ ଅଟକି ରହିବାସହ ଅନ୍ୟ ବସଗୁଡିକ ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି ପରିସର ଓ ବସ ଷ୍ଟାଣ୍ଡ ଠାରେ ଅଟକିରହିଥିଲା,ଅନେକ ଦୂରଗାମି ସରକାରି ଓ ଘରୋଇ ବସ ଗୁଡିକ ବନ୍ଦ ରହୁଥିବାରୁ ସାଧାରଣ ଯାତ୍ରୀ ମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି । ବନ୍ଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସହକାରୀ ଏସପି ଉଦ୍ଦବଚରଣ ନାୟକ, ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ଓ ଅନ୍ୟାନ ପୁଲିସଅଧିକାରୀ ପୁଲିସଫୋର୍ସ ଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବିଶେଷ କରି ଜିଲ୍ଲାପାଳଙ୍କ ବାସଭବନ ଓ କାର୍ଯ୍ୟାଳୟ ରେ କଡାସୁକ୍ଷା ବ୍ୟବସ୍ଥା ହୋଇଥିଲା ।  ବସଷ୍ଟାଣ୍ଡ ଠାରୁ ଏକ ସୋଭାଯାତ୍ରା ରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟପଫାଟକ ସାମନାରେ ଶ୍ରୀ ମାଝୀଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ଧାରଣାରେ ବସିଥିଲେ । କିଛି ଘଟାଂ ଧାରଣାରେ ବସିବାପରେ ଜିଲ୍ଲାପାଳଙ୍କ ଫଟୋଚିତ୍ର ଥିବା କୁଶପୁତଳିକା କୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦାହ କରି ଜିଲ୍ଲାପାଳ ଙ୍କ ବିରୋଧରେ ନାନା ପ୍ରକାର ସ୍ଲୋଗାନ ଦେଇଥିଲେ । ଏହି ଆନ୍ଦୋଳନରେ ଜିଲ୍ଲାକଂଗ୍ରେସ ଦଳର ସଭାପତି ଗୋବିନ୍ଦ ପାତ୍ର,ପୁର୍ବତନ ବିଧାୟକ ନିମାଇଚନ୍ଦ୍ର ସରକାର, ବରିଷ୍ଠ କଂଗ୍ରସ ନେତା ରାମପ୍ରସାଦ ପଟନାୟକ, ମାଲାମାଢୀ,ପି.କେଶୁ ରାଓ,ପର୍ଶୁରାମଭକ୍ତ,ଜି.ଶ୍ରୀ ନିବାସ ରାଓ ,ପେଣ୍ଡ୍ରାପଣ୍ଡା,କମଳାବରାଳ,ପ୍ରଣକୃଷ୍ଣ ମଣ୍ଡଳ,ଭୀମବାରସେ, ମୈସୁମ ଖାନ ପ୍ରମୁଖ କଂଗ୍ରେସ ନେତା ଓ ଶତାଧିକ କର୍ମୀମାନେ ସାମିଲ ଥିଲେ । ଜିଲ୍ଲାପାଳଙ୍କ ବିରୋଧରେ ଆଜି ଠାରୁ ଅର୍ନିଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲା ବନ୍ଦକରାଯିବା ପାଇଁ  ନିସ୍ପତି ନିଆ ଯାଇଥିବା ବେଳେ ଏହା ଦ୍ୱାରା ଜିଲ୍ଲାବାସୀ ଅସୁବିଧାରେ ପଡିଯିବେ ,ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆଜି କେବଳ ୧୨ଘଟିଂଆ ବନ୍ଦପାଳନ କରାଗଲା, ଜିଲ୍ଲାପାଳଙ୍କ ବିରୋଧରେ ରାଜ୍ୟସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆସନ୍ତା ଦିନରେ ଜିଲ୍ଲା ରେ ଆର୍ନିଦ୍ଧିଷ୍ଠ କାଳ ବନ୍ଦ ଡାକରା ଦିଆ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଅଚଳ କରିଦିଆଯିବା ସହ ଆବଶ୍ୟକ ପଡିଲେ ଜିଲ୍ଲାପାଳଙ୍କ ବିରୋଧରେ ରାଜଧାନୀରେ ମଧ୍ୟ ବିକ୍ଷୋଭପ୍ରଦର୍ଶନ  କରାଯିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.