Home କେନ୍ଦୁଝର ପାଟଣାରେ ରାଜ୍ୟ ସ୍ତରୀୟ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦ୍ଘାଟିତ

ପାଟଣାରେ ରାଜ୍ୟ ସ୍ତରୀୟ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦ୍ଘାଟିତ

167

ପାଟଣା ୨୧-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) :ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ସ୍ବାମ ପାଟଣା କ୍ଲବ ତରଫରୁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଯୋଗ ଦେଇ ଖେଳ କୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଏହି ପ୍ରତିଯୋଗିତାଦୁଇ ଦିନ ଧରି ଚାଲିବାକୁ ଥିବା ବେଳେ ରାଜ୍ୟ ର ବିଭିନ୍ନ ଅଞ୍ଚଳରୁ ୩୨ ଟି ଦଳ ଖେଳ ରେ ଭାଗ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ଯରେ ଏହି କାର୍ଯ୍ୟକ୍ରମ ରେ ପାଟଣା ବ୍ଲକ ଅଧକ୍ଷ ବିଶ୍ୱନାଥ ନାୟକ, କ୍ଲବ ର କର୍ମକର୍ତ୍ତା ବିବେକାନନ୍ଦ ଦାଶ, ସୂର୍ଯ୍ୟ ଜ୍ୟୋତି ଦାଶ, ପ୍ରଶାନ୍ତ କୁମାର ଭଞ୍ଜ, ପ୍ରମୋଦ କୁମାର ଭଞ୍ଜ, ଦିଲ୍ଲୀପ କୁମାର ଦ୍ବିବେଦୀ, ଦୀପକ କୁମାର ଭଞ୍ଜ, ପ୍ରଭୁ ପ୍ରସାଦ ଦାଶ, ସୌରଭ ଆଁସାରୀ ଓ ସାଜିଦ ଆଁଶାରୀ ପ୍ରମୁଖ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.