Home କେନ୍ଦୁଝର ପାଟଣା ସରସ୍ବତୀ ଶିଶୁ ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ

ପାଟଣା ସରସ୍ବତୀ ଶିଶୁ ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ

227

ପାଟଣା ୨୧-୧୨ (ଓଡ଼ିଆ ପୁଅ/ସନ୍ତୋଷ ପତି) : କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଶନିବାର ସନ୍ଧ୍ୟାରେ ୨୩ ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଛି। ଏହି ବାର୍ଷିକ ଉତ୍ସବ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ସନାତନ ଦାଶଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ମୁଖ୍ୟବକ୍ତା ଭାବେ ଚିନ୍ମୟ ମିଶନ ସ୍ବାମୀ ନୀର୍ଲିପ୍ତାନନ୍ଦ ସରସ୍ୱତୀ ମହାରାଜ, ସମ୍ମାନିତ ଅତିଥି ଭାବେ ବିଇଓ ପୂର୍ଣ୍ଣଚନ୍ଦ୍ର ଓମାନ୍ତ, ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ସତ୍ୟଜିତ ପ୍ରଧାନ, ସମ୍ପାଦକ ଦେବେନ୍ଦ୍ର କୁମାର ମାହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ଧନ୍ୟବାଦ ଦେଇଥିଲେ।ସଭା ଶେଷରେ ବିଦ୍ୟାଳୟ ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ଚିତାକର୍ଷକ ନୃତ୍ୟ ଗୀତସହ ଦୁଇ ଟି କ୍ଷୁଦ୍ର ନାଟକ ପରିବେଷିତ ହୋଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଗୁରୁମା ଓ ଗୁରୁଜି ଶୋଭାଶ୍ରୀ ଷଡ଼ଙ୍ଗୀ, ଦୀପ୍ତିମୟୀ ବାରିକ, ଅକ୍ଷୟ କୁମାର ବେହେରା, ହଳଧର ନାଏକ ଓ ସନ୍ତାଷ କୁମାର ବେହେରା ପରିଚାଳନା କରିଥିଲେ।ଶିଶୁ ବିଦ୍ୟାମନ୍ଦିର ର ଅନ୍ୟ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.