Home ଜିଲ୍ଲା ପରିକ୍ରମା ମହାନଗର ଆନ୍ତଃ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

ମହାନଗର ଆନ୍ତଃ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା

280

ସମ୍ବଲପୁର ୨୧/୧୨ (ଓଡ଼ିଆ ପଉଅ) ସମ୍ବଲପୁର ମାଷ୍ଟର୍ସ ଏଥେଲେଟିକ୍ସ ଏସୋସିଏସନ ପକ୍ଷରୁ ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମ ଠାରେ ଆଜି ମହାନଗର ସ୍ତରୀୟ ପ୍ରଥମ ଆନ୍ତମଧ୍ୟଇଂରାଜୀ ବିଦ୍ୟାଳୟ କ୍ରୀଡ଼ା ପ୍ରତଯୋଗୀତା ଅନୁଷ୍ଟିତ ହୋଇଥିଲା। ଏହାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଡ଼. ଦୀପକ କୁମାର ବେହେରା ଉଦଘାଟନ କରିଥିଲେ। ପ୍ରତିଯୋଗୀତାର ବିଭିନ୍ନ ବିଭାଗରେ ୧୨୫ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଉଦଯାପନୀ ସମାରୋହରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଏବଂ ବର୍ଷିୟାନ କ୍ରୀଡ଼ାବିତ ନାରାୟଣ ପଂଡ଼ା, କିରଣ ଶଙ୍କର ପଟ୍ଟନାୟକ ଓ ବିଶ୍ୱଂଭର ବହିଦାର ଙ୍କୁ ସମ୍ମାନୀତ କରାଯାଇଥିଲା। ଡ଼. ବିଜୟ କୁମାର ପ୍ରଧାନ ସଭା ସଂଯୋଜନା କରିଥିଲେ। ପରେ ମାର୍ଚ୍ଚପାଷ୍ଟ ଉତାରୁ କ୍ଷେତରାଜପୁର ହିନ୍ଦୀ ମଧ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିବାନୀ ସିଂହ ଏବଂ ନୀତା ସାହାଣୀଙ୍କ ସମ୍ବଲପୁରୀ ଲୋକନୃତ୍ୟକୁ ଦର୍ଶକ ମାନେ ଉପଭୋଗ କରିଥିଲେ। ସଂଘର ସାଧାରଣ ସମ୍ପାଦକ ସଦାଶିବ ପୁରୋହିତ, ଅଭୟ କୁମାର ହୋତା, ମନୋରଞନ ପାଢୀ, ଅଶୋକ ସାହୁ, ମନୋଜ ଭୋଇ, ସୁରେନ୍ଦ୍ର ନାଏକ, ରଙ୍କନିଧୀ ସେଠ, ପ୍ରଣବ ଶତୃଶଲ୍ୟ, ଜନ ଖାଲକୋ, ପ୍ରେମ ରଞନ ପ୍ରଧାନ, ଇଦ୍ରିସ ମଲ୍ଲିକ, ସନ୍ତୋଷ ବଶ୍ୱାଳ, ସାଲେଗ୍ରାମ ଖୁଂଟିଆ, ଲକ୍ଷ୍ମଣ ନାଥ, ସ୍ୱରୂପ ପଟ୍ଟନାୟକ, ଜଗବଂଧୁ ବେହେରା, ରମଣୀ ସାହୁ, ପଦ୍ମ ନାଏକ, ସୁକାନ୍ତ ବୋଷ, ମଥୁରା ଓରାମ, ସୁବାସ ରାଉତ, ବାବୁଲୁ ଗହିର ପ୍ରମୁଖ ପ୍ରତିଯୋଗୀତାକୁ ପରିଚାଲନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.