Home ଆନ୍ତର୍ଜାତୀୟ ପାକିସ୍ତାନକୁ ବସ ସେବା ବନ୍ଦ କଲା ଭାରତ

ପାକିସ୍ତାନକୁ ବସ ସେବା ବନ୍ଦ କଲା ଭାରତ

842

ନୂଆଦିଲ୍ଲୀ, ୧୨ା୮, (ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜିଠୁ ଭାରତ ପଟୁ ପାକିସ୍ତାନକୁ ବସ ସେବା ବନ୍ଦ ହୋଇଛି। ଦିଲ୍ଲୀ-ଲାହୋର ଯାଉଥିବା ବସକୁ ବନ୍ଦ କରାଯାଇଛି। ତେବେ ପାକିସ୍ତାନ ପଟୁ ସେବା ବନ୍ଦ ପରେ ଭାରତ ଏହିପରି ନିଷ୍ପତ୍ତି ନେଇଛି। ଭାରତରେ ବସ୍ ସେବା ଯୋଗାଉଥିଲା ଦିଲ୍ଲୀ ପରିବହନ ନିଗମ।

 

ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ଭାରତ ସହ କୁଟନୈତିକ ସ୍ତରରେ ସମ୍ପର୍କ କାଟି ଥିଲା ପାକିସ୍ତାନ। ଏହା ସହ ଦ୍ୱିପାକ୍ଷିକ ବାଣିଜ୍ୟ ମଧ୍ୟ ବନ୍ଦ କରି ଥିଲା ପାକିସ୍ତାନ। ପାକିସ୍ତାନରେ ଭାରତୀୟ ଦୂତବାସ ବନ୍ଦ ହୋଇଥିଲା। ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ପାସ୍ ପରେ ପାକିସ୍ତାନ ଏହିପରି ନିଷ୍ପତ୍ତି ନେଇଥିଲା। ଜାତୀୟ ସୁରକ୍ଷା କମିଟି ବୈଠକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଏହିପରି ନିଷ୍ପତ୍ତି ନେଇଥିଲେ। ସେହିପରି କରାଚିରୁ ବାହାରିଥିବା ସମଝୌତା ଏକ୍ସପ୍ରେସକୁ ମଧ୍ୟ ଲାହୋର ଠାରେ ଅଟକାଇଥିଲା ପାକ୍। ସମଝୌତା ଏକ୍ସପ୍ରେସକୁ ପାକ୍ ଡ୍ରାଇଭର ଓ ଗାର୍ଡ ଭାରତ ଆସିବାକୁ ମନାକରିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.