Home ଓଡ଼ିଶା ପାଇପରେ ଆସୁଛି ଗୋଳିପାଣି

ପାଇପରେ ଆସୁଛି ଗୋଳିପାଣି

298

ବାଲିଗୁଡା, ୯-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) ବାଲିଗୁଡା ଏନଏସିରେ ରହିଅଛି ୧୩ ଗୋଟି ୱାର୍ଡ ରହିଅଛି। ସମସ୍ତ ୱାର୍ଡର ଅଧିକାଂଶ ୱାର୍ଡକୁ ଘରକୁ ଘର ଓ ସାହି ଛକରେ କନେକସନ କରାଯାଇଛି ପାଇପ। ଏହି ପାଇପ ଦ୍ୱାରା ଦିଆଯାଉଛି ପାଣି। କିନ୍ତୁ ଏହି ପାଣି ଗତ ତିନିଦିନ ଧରି ଆସୁଛି ଗୋଳିଆ ପାଣି। ଖରା ଦିନେ କୁଅ ପାଣି ଶୁଖିଯାଇଥିବାରୁ ଲୋକେ ବାଧ୍ୟ ହୋଇ ଏହି ଗୋଳି ପାଣିକୁ ବ୍ୟବହାର କରୁଛନ୍ତି। ଆସୁଥିବା ଗୋଳି ପାଣିର ରଙ୍ଗ କେତେବେଳେ ମାଟିଆ ତ ଆଉ କେତେବଳେପେଜୁଆ ରଙ୍ଗର ପାଣି। ଏହି ଗୋଳି ପାଣିକୁ ବ୍ୟବହାର କରିବା ଦ୍ୱାରା ଲୋକଙ୍କୁ ଡାଇରିଆ ସହିତ କାଚୁକୁଣ୍ଡିଆ ହେବା ସହ ହେପାଟାଇଟାଇଟିସ ଆଦି ବିଭିନ୍ନ ରୋଗରେ ପଡିବାର ସମ୍ଭାବନା ରହିଛି ବୋଲି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ମାନେ କହୁଛନ୍ତି। ଗୋଳି ପାଣି ବାବଦରେ ଲୋକେ ଅଭିଯୋଗ କରିବେ କାହାକୁ କାରଣବାଲିଗୁଡା ଜନସ୍ୱାର୍ସ୍ଥ୍ୟ ବିଭାଗ କାର୍ଯ୍ୟଳୟ କି କୌଣସି କର୍ତୁପକ୍ଷ ରହନାହାନ୍ତି। ତେଣୁ ବାଧ୍ୟ ହୋଇ ଏହି ଗୋଳି ପାଣିକୁ ବ୍ୟବହାର କରୁଛନ୍ତି। ବାଲିଗୁଡାରେ ପାଣି ଟାଙ୍କିକୁ ଚଲାଉଥିବା କର୍ମଚାରୀ ମାନଙ୍କୁ ପଚାରିବାରୁ ଏହି ବାବଦରେ କେହି ମୁହଁ ଖୋଲୁ ନାହାନ୍ତି। ବାଲିଗୁଡା ଦ୍ୱାୟିତ୍ୱରେ ଥିବା ଜି ଉଦୟଗିରିର ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯର୍ନ୍ତୀଉଦୟ ନାଥ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଉପର ମୁଣ୍ଡରେ ବର୍ଷା ହୋଇଯିବା ଯୋଗୁଁ ଗୋଳି ପାଣି ଆସୁଥିବ ବୋଲି କହିଛନ୍ତି। କିନ୍ତୁ ଏଠି ପ୍ରଶ୍ନବାଚୀ ଶୃଷ୍ଟି ହେଉଛି ଯେ ଆଗକୁ ବର୍ଷା ଦିନ ଆସୁଅଛି ତେବେ କଣ ପାଇପରେ ସବୁଦିନଗୋଳି ପାଣି ଆସିବ ଓ ସେହି ଗୋଳି ପାଣିକୁ ଲୋକେ ବ୍ୟବହାର କରିବେକି ? ଗୋଳି ପାଣିକୁ କିଛିପକ୍ରିୟ କରି ତାକୁ ଶୁଦ୍ଧ ପାଣିରେ ପରିଣତ କରି ଲୋକଙ୍କୁ ପାଣି ଯୋଗଇବା କଥା କିନ୍ତୁ ବିଭାଗୀୟ କର୍ତୁପକ୍ଷଙ୍କ।ବହେଳା କାରଣରୁ ଲୋକେ ଗୋଳି ଡପାଣି ବ୍ୟବହାର କରୁଛନ୍ତି ଏଥିପ୍ରତି ପ୍ରଶାସନ ଦୃଷ୍ଟିଦେଲେ ଲୋକ ଉପକାର ହୁଅନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.