Home ଓଡ଼ିଶା ଗଂଜେଇ ସହ କାର ଜବତ ଯୁବକ ଗିରଫ

ଗଂଜେଇ ସହ କାର ଜବତ ଯୁବକ ଗିରଫ

465

ବାଲିଗୁଡା, ୯-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) ଗଂଜେଇ ଚାଲଣ ବେଳେ ଧରା ପଡିଲେ ଏକ ଇଣ୍ଡିକା କାର ସହ ଯୁବକ। ସୂଚନାରୁ ପ୍ରକାଶ ଯେ ଗତକାଲି ଦିବା ପେଟ୍ଲୋଲିଙ୍ଗ ସମୟରେ ବାଲିଗୁଡା ସ୍ଥିତ ଖଜୁରୀନାଳ ଠାରେ ଏକ ଟାଟା ଇଣ୍ଡିକା କାର ନମ୍ବର ଓଆର୦୫ ଏଇ୩୮୦୦ ଦେଖି ସନ୍ଦେହରେ ରଖିଥିଲେ ଓ କାରଟିକୁ ଯାଂଚ କରିଥିଲେ। କାର ଡିକିରୁ ଗଂଜେଇ ଥିବାରଜାଣି ପାରି କାରଟିକୁ ଜବତ କରି ଥାନା ପରିସରକୁ ଆଣିଥିଲେ। ଏହାପରେ ଗାଡିର ମାଲିକ ରବିନ୍ଦ୍ର ଦିଗାଳ ଘର ସିନ୍ଦ୍ରିଗାଁ ନିଜେହିଁ ଗାଡି ଚାଳକ ଥିବାବେଳେ ତାଙ୍କୁ ପ୍ରଥମେ ଅଟକ ରଖି ଗଂଜେଇ କେଉଁ ଠିକି ଚାଲଣ ହେଉଥିଲା ପଚାରି ବୁଝିଥିଲେ ଏହା ନୟାଗଡକୁ ଚାଲାଣ ହେଉଥିବା ଜଣାପଡିଥିବା ବେଳେ କାର ମଧ୍ୟରୁ ୩୨କେଜି୪୦୦ଗ୍ରାମ ଗଂଜେଇ ଜବତ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବାଲିଗୁଡା ଥାନା ଅଧିକାରି ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି। ଜବତ ସମୟରେ ଥାନା ଅଧିକାରୀଙ୍କ ସମେତ ଏସଆଇ ପିକେ ବେହେରା, ଆର ମୁଣ୍ଡାରୀ ଏବଂ ଏଏସଆଇ ଏସଆର ଦିଗାଳ ଚଢାଉରେ ସାମିଲ ଥିଲେ।ବାଲିଗୁଡା ତାନା କେସନମ୍ବର ୮୦/୨୦୧୯ରେ ମାମଲା ରୁଜୁକରି ଆଶାମିକୁ କୋର୍ଟଚାଲଣ କରାଯାଇଛି। ଏହି କେସର ତଦନ୍ତ କରିଛନ୍ତି ଏସଆଇ ଏ ଖାଲକୋ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.