Home ଜିଲ୍ଲା ପରିକ୍ରମା ପାଇଖାନା ନିର୍ମାଣ ଅର୍ଥ ହଡପ ଅଭିଯୋଗ, ଚାନ୍ଦବାଲି ବିଡିଓ, ଜେଇଙ୍କୁ ଲୋକାୟୁକ୍ତଙ୍କ ରିପୋର୍ଟ ତଲବ

ପାଇଖାନା ନିର୍ମାଣ ଅର୍ଥ ହଡପ ଅଭିଯୋଗ, ଚାନ୍ଦବାଲି ବିଡିଓ, ଜେଇଙ୍କୁ ଲୋକାୟୁକ୍ତଙ୍କ ରିପୋର୍ଟ ତଲବ

33

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ସରକାର ଲୋକଙ୍କୁ ପାଇଖାନା ଯୋଗାଇଛନ୍ତି । କିନ୍ତୁ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍‌ରେ ବ୍ୟାପକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି । ପାଇଖାନା ବାବଦକୁ ଆସିଥିବା ଅର୍ଥରାଶିକୁ ହହପ କରାଯାଇଥିବାବେଳେ ବାସ୍ତବରେ କୌଣସି ପାଇଖାନା ନିର୍ମାଣ କରାଯାଇନାହିଁ । ମାନବାଧିକାରୀ କର୍ମୀ ହିମାଂଶୁ ଶେଖର ନାୟକଙ୍କ ଅଭିଯୋଗ ଆଧାରରେ ଲୋକାୟୁକ୍ତ ଚାନ୍ଦବାଲି ବିଡିଓ, ଜୁନିୟର ଇଂଜିନିୟର, ସରପଞ୍ଚ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଗ୍ରାମ ରୋଜଗାର ସେବକଙ୍କୁ ରିପୋର୍ଟ ତଲବ କରିଛନ୍ତି । ଆସନ୍ତା ଶୁଣାଣି ପୂର୍ବରୁ ସେମାନେ ନିଜର ମତାମତ ରଖିବାକୁ କୁହାଯାଇଛି । ଚାନ୍ଦବାଲି ବ୍ଲକ୍‌ରେ ୯ ଶହରୁ ଉର୍ଦ୍ଧ୍ୱ ହିତାଧିକାରୀ ସ୍ୱଚ୍ଛଭାରତ ମିଶନରେ ପାଇଖାନା ପାଇଥିଲେ । କିନ୍ତୁ ସେଥିରୁ ୧୯୧ ହିତାଧିକାରୀଙ୍କୁ କୌଣସି ପାଇଖାନା ମିଳିନଥିବାବେଳେ ସେମାନଙ୍କର ଟଙ୍କାକୁ ହରିଲୁଟ୍ କରାଯାଇଥିଲା । ୧୯୧ ଜଣଙ୍କ ନାଁରେ ଆସିଥିବା ପ୍ରାୟ ୨୩ ଲକ୍ଷ ଟଙ୍କାକୁ ଚଳୁ କରିଦେଇଥିଲେ । ପାଇଖାନା ପାଇନଥିବା ବ୍ୟକ୍ତି ବ୍ଲକ୍ ଅଫିସ୍‌କୁ ଯାଇ ସେମାନଙ୍କୁ କଣ ପାଇଁ ପାଇଖାନା ମିଳିନି, ତାହା ପଚାରିଥିଲେ । କିନ୍ତୁ ପାଇଖାନା ବାବଦକୁ ଟଙ୍କା ନେଇଥିବା ହିତାଧିକାରୀଙ୍କୁ କହିଥିଲେ । ଏନେଇ ଲୋକାୟୁକ୍ତଙ୍କୁ ଜଣାଯିବା ପରେ ଲୋକାୟୁକ୍ତ ୫ ଜଣ ହିତାଧିକାରୀଙ୍କ ଚୁକ୍ତିନାମା ମାଗିଥିଲେ । ୫ ଜଣ ହିତାଧିକାରୀ ତାଙ୍କୁ ପାଇଖାନା ମିଳିନଥିବା ଲୋକାୟୁକ୍ତଙ୍କ ନିକଟରେ ଜଣାଇଥିଲେ । ଏହି ଚୁକ୍ତିନାମାକୁ ଲୋକାୟୁକ୍ତ ପରଖିବା ପରେ ଚାନ୍ଦବାଲି ବିଡିଓ ଏବଂ ଅନ୍ୟମାନଙ୍କୁ ରିପୋର୍ଟ ତଲବ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.