Home ଓଡ଼ିଶା ପଲିଥିନ ତଳେ ଅସହାୟ ବୃଦ୍ଧ ଦମ୍ପତ୍ତି

ପଲିଥିନ ତଳେ ଅସହାୟ ବୃଦ୍ଧ ଦମ୍ପତ୍ତି

120

ବାରିପଦା ୨୧-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) -ସରକାର ସମସ୍ତଙ୍କୁ ପକ୍କା ବାସଗୃହ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକ୍କାଘର ଭଳି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ବାସଗୃହ। ଏହାର ଜ୍ବଳନ୍ତ ପ୍ରମାଣ ଦେଖିବାକୁ ମିଳେ ସାରସକଣା ବ୍ଲକ ମୁରୁଣିଆ ପଂଚାୟତର ମାଛକାନ୍ଦଣା ଗ୍ରାମରେ ବୃଦ୍ଧ ଦମ୍ପତ୍ତି।

ଗ୍ରାମର ମଧ୍ୟଭାଗରେ ନିଜ ସ୍ତ୍ରୀଙ୍କ ସହିତ ରୁହନ୍ତି ଶକ୍ତିପଦ ପରିଡା। ବୟସର ଅପରାହ୍ନରେ ତାଙ୍କର ତିନି ପୁଅ ଥାଇ ମଧ୍ୟ ଆଜି ସେମାନେ ଏକା। ଗତ ତିନି ଚାରି ବର୍ଷ ତଳେ ଘରେ ନିଆଁ ଲାଗିଯାଇ ଘର ସହିତ ସମସ୍ତ ଆସବାବ ପତ୍ର ପୋଡିଜଳି ପାଉଁଶ ହୋଇଯାଇଥିଲା। ପରେ ତହସିଲ ତରଫରୁ ସମସ୍ତ ସାହାର୍ଯ୍ୟ କରାଯିବାର ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ କୈାଣସି ପ୍ରକାର ସାହାର୍ଯ୍ୟ ମିଳିନଥିଲା ବୋଲି କୁହନ୍ତି ବୃଦ୍ଧା ଜଣଙ୍କ। ଘର ଖଣ୍ଡେ ପାଇଁ ସରପଂଚ, ପଂଚାୟତ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ମହଲକୁ ଯାଇଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା, ଶେଷରେ ନିରାଶ ହେବାକୁ ପଡିଥିଲା। ଏବେ ଆଶ୍ରୟସ୍ଥଳୀ ପାଲଟିଥିବା ଘରେ କାନ୍ଥ ଟିଏ ମଧ୍ୟ ନାହିଁ। ଖରା ହେଉକି ବର୍ଷା ଅଳିଏ ଖାଇଲେ ଆର ଅଳିକୁ ଉପବାସରେ ରହିବାକୁ ପଡେ। ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ୫୦୦ଟଙ୍କା ମିଳେ ବୋଲି କୁହନ୍ତି ବୃଦ୍ଧା ଜଣକ। ଏବାବଦରେ ଆମ ପ୍ରତିନିଧୀ ପଂଚାୟତ ଅଧିକାରୀ ଏବଂ ବିଡିଓଙ୍କୁ ପଚାରି ବୁଝିବାରୁ କହିଥିଲେ ଯେ ତାଙ୍କ ସିରିଏଲ ଆସି ନାହିଁ ସିରିଏଲ ଆସିଲେ ତାଙ୍କୁ ଘର ଦିଆଯିବ। ଏହିଭଳି ଗରିବ ବୃଦ୍ଧ ଦମ୍ପତ୍ତିଙ୍କୁ ପ୍ରକୃତ ହିତାଧିକାରୀ ତାଲିକାରୁ ବାଦ ଦିଆଯିବା ବାସ୍ତବିକ ପରିତାପର ବିଷୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.