Home ଓଡ଼ିଶା ପବିତ୍ର ଅଁଳା ନବମୀ ରେ ରାଧାପାଦ ଦର୍ଶନ ପାଇଁ ଭିଡ

ପବିତ୍ର ଅଁଳା ନବମୀ ରେ ରାଧାପାଦ ଦର୍ଶନ ପାଇଁ ଭିଡ

275

ଭୁବନେଶ୍ଵର,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ଆଜି ହେଉଛି ପବିତ୍ର ଅଁଳା ନବମୀ । କୁହାଯାଏ ଏହି ଦିନ ରାଧା ପାଦ ଦର୍ଶନ କଲେ ପୁଣ୍ୟ ମିଳିଥାଏ । ତେବେ ଆଜିର ଏହି ଦିନରେ  ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଜମିଛି । ରାଧାପାଦ ଦର୍ଶନ ପାଇଁ ସାରା ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି । ଏହାସହ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ବି ସୃଷ୍ଟି ହୋଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୧୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାପନରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପ୍ରସ୍ତୁତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.