Home ଓଡ଼ିଶା ଗୁଜୁରାଟ ଉପକୂଳ ଆଡକୁ ଅଗ୍ରସର ହେଉଛି ‘ମହା’

ଗୁଜୁରାଟ ଉପକୂଳ ଆଡକୁ ଅଗ୍ରସର ହେଉଛି ‘ମହା’

527

ନୂଆଦିଲ୍ଲୀ,୦୫/୧୧,(ଓଡ଼ିଆ ପୁଅ ପି ନାୟକ):ଧିରେ ଧିରେ ଗୁଜୁରାଟ ମୁହାଁ ହେଉଛି ସାମୁଦ୍ରିକ ଝଡ ‘ମହା’ । ଶ ଅଧିକ ଶକ୍ତିଶାଳୀ ହୋଇ ଏକ୍ସଟ୍ରିମ୍‌ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ଏବେ ଆଗକୁ ବଢୁଛି ‘ମହା’। ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା ‘ମହା’ । ତେବେ ବିଶେଷଜ୍ଞ ଙ୍କ ଅନୁସାରେ,  ଗୁଜରାଟଠାରୁ ୬୮୦ କିଲୋମିଟର ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦୂରରେ ଏହି ମହା ରହିଛି । ଡିଉଠାରୁ ୭୩୦ ଓ ପୋରବନ୍ଦରଠାରୁ ୬୫୦ କିଲୋମିଟର ଦୂରରେ ରହିଛି ‘ମହା’ । ୭ ତାରିଖ ସକାଳେ ଡିଉ ଓ ପୋରବନ୍ଦର ଦେଇ ଗୁଜରାଟ ଉପକୂଳ ଅତିକ୍ରମ କରିବ ।  ପବନର ବେଗ ୮୦ରୁ ୯୦ କିଲୋମିଟର ରହି ପରେ ଏହା ବଢି ୧୦୦ କିଲୋମିଟର ପର୍ଯ୍ୟନ୍ତ ହେବା ଆଶଙ୍କା ରହିଛି। ବାତ୍ୟା ମହାର ପ୍ରଭାବରେ ଗୁଜରାଟ ଓ ମହାରାଷ୍ଟ୍ରରେ ବର୍ଷା ଆଶଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.