Home ଜିଲ୍ଲା ପରିକ୍ରମା ପଧାନପଡା ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ

ପଧାନପଡା ପଂଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ

0

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ ପଂଚାୟତ ଉଚ୍ଚ ବିଦ୍ୟାଳୟ ପଧାନପଡାର ୨୨ତମ ପ୍ରତିଷ୍ଠା ଉତ୍ସବ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଧାଂଶୁ ଶେଖର ମହାନ୍ତିଙ୍କ ତତ୍ୱାବଧାନରେ ପ୍ରତିଷ୍ଠାତା ସଭ୍ୟ ସେକ୍ ଜଲାଲୁଦ୍ଦିନ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ଶିକ୍ଷାବିତ ନାରାୟଣ ଚନ୍ଦ୍ର ସାମଲ, ମୁଖ୍ୟବକ୍ତା ବନ୍ତ ବ୍ଲକ ଓଷ୍ଟା ସଭାପତି ଶ୍ରୀକାନ୍ତ ପଣ୍ଡା,ସମ୍ପାଦକ ସନ୍ତୋଷ କୁମାର ଜେନା, ବିଶିଷ୍ଠ ଅତିଥି ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି,ସମ୍ମାନୀତ ଅତିଥି ପ୍ରାକ୍ତନ ପ୍ରଧାନ ଶିକ୍ଷକ ସେକ୍ ୟାକତ ଅଲ୍ଲୀ,ଶିକ୍ଷାବିତ ହୃଷିକେଶ ପୃଷ୍ଟି,ଜାତୀୟ ପୁରଷ୍କାର ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ସେକ୍ ସଲ୍ଲିମ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବିଦ୍ୟାଳୟର ଅତିତ,ବର୍ତମାନ ଓ ଭବିଷ୍ୟତ ନେଇ ମତ ରଖିଥିବା ବେଳେ ବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ବେଳେ ଭାଇ ଚାରାର ନିଦର୍ଶନ ପାଲଟିଛି ବୋଲି କହିଥିଲେ। ଏହି ଅବସରରେ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଶିକ୍ଷକ ଜଗନ୍ନାଥ ଦ୍ୱିଦେଦୀ ବେଦ ପାଠ,ଅରୁଣ ବାରିକ ଅତିଥି ପରିଚୟ,ହେମନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ରମାକାନ୍ତ ଜେନା,ଜାହାରୁଦ୍ଧିନ ସାହାଜୀ,ପ୍ରଫୁଲ୍ଲ ଜେନା,ସେକ୍ ସାବିର,ସେକ୍ ରିହାଜ ଅଲ୍ଲି, କର୍ମଚାରି ଶରତ ସାହୁ,ବୁଦ୍ଧିରାମ ସାହୁ,ନିଜାମୁଦ୍ଦିନ ଖାଁଁ ଙ୍କ ସମେତ ପୁରାତନ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.