Home କନ୍ଧମାଳ ପଦ୍ମିନୀଙ୍କ ପାଇଁ ସରକାରୀ ସହାୟତା ପାଲଟିଛି ସାତସପନ

ପଦ୍ମିନୀଙ୍କ ପାଇଁ ସରକାରୀ ସହାୟତା ପାଲଟିଛି ସାତସପନ

98

କନ୍ଧମାଳ, ୧୪/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)ସରକାରୀ ସହାୟତା ଦେବା ତ ବହୁ ଦୂରର କଥା ଶୁଣିବା ପାଇଁ ମଧ୍ୟ ତାଙ୍କୁ ସାତ ସପନ ଲାଗୁଛି। ତଥାପି ଗରିବ ନିରୀହ ମହିଳା ମାନେ ନିଜ ଜୀବନକୁ ବଞ୍ଚେଇବା ପାଇଁ ମୂଲ ମଜୁରିକରି କିଛି ଅର୍ଥ ଉପାର୍ଜନ କରି ପରିବାର ଓ ନିଜର ପେଟ ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି। ଅନେକ କ୍ଷେତ୍ରରେ ମହିଳା ମାନେ ଅବହେଳିତ ହେଇଥିବା ମଧ୍ୟ କିଛି ଗ୍ରାମରେ ଦେଖିବାକୁ ମିଳୁଛି। ସେଇଭଳି ଏକ ଦୃଶ୍ୟ ଦେଖିବାକୁ ମିକିଛି କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସ୍କୁମ୍ପା ଗ୍ରାମ ପଞ୍ଚାୟତ ର ନୂଆଁସାହି ଗ୍ରାମରେ। ଏହି ଗ୍ରାମରେ ରୁହନ୍ତି ନିରୀହ ମହିଳା ପଦ୍ମିନୀ କୁଦେଇ, (୪୬) ଏବଂ ତାଙ୍କ ଝିଅ ମଧୁସ୍ମିତା ଚନ୍ଦନ, (୨୨)। ପଦ୍ମିନୀ କୁଦେଇ ସ୍ୱାମୀ ଠାରୁ ଦୀର୍ଘ ପ୍ରାୟ ୨୨ ବର୍ଷ ହେବ ଛାଡ଼ପତ୍ର ଦେଇ ନିଜ ବାପା ମାଙ୍କ ଘରେ ରହିଆସୁଥିବା ବେଳେ ତାଙ୍କ ପାଖରେ ଆଜି ପର୍ଯ୍ୟନ୍ତ ଛାଡ଼ ପତ୍ର ଭତ୍ତା ଟିଏ ପାଇବାର ସାତ ସପନ ହେଇପଡ଼ିଛି। ଅନ୍ୟ ପକ୍ଷରେ ପଦ୍ମିନୀ ଆଜକୁ ୨୨ ବର୍ଷ ହେଲାଣି ପ୍ରତେକ ଦିନ ଦିନ ମଜୁରି କରି ଯେଉଁ ଅର୍ଥ ଉପାର୍ଜନ କରନ୍ତି ସେଥିରେ ମା ଓ ଝିଅର ଖାଦ୍ୟ ଯୋଗାଡ଼ କରିବା ଅତି କଷ୍ଟ ସାଧ୍ୟ ହେଇପଡୁଛି। ଏପରି ସ୍ଥଳରେ ଝିଅ ମଧୁସ୍ମିତାକୁ ଭଲ ପାଠ ପଢ଼େଇ ମଣିଷ ପରି ମଣିଷ କରିବାପାଇଁ ଦିନରାତି ମୁଣ୍ଡ ଝାଳ ତୁଣ୍ଡରେ ମାରି ମା ଟଙ୍କା ଉପାର୍ଜନ କରି ଝିଅର ପାଠ ପଢ଼ିବା ଖର୍ଚ୍ଚ ମଧ୍ୟ ବହନ କରନ୍ତି। ଝିଅକୁ ଭଲ ମଣିଷ ଟିଏ କରିବା ପାଇଁ ଦିନ ରାତି ସ୍ୱପ୍ନ ଦେଖୁଥାନ୍ତି। କିନ୍ତୁ ବର୍ତ୍ତମାନ ଝିଅ ଯୁକ୍ତ ତିନି ପାଠ ପଢା ସାରିବାପରେ ଭୁବନେଶ୍ୱର ସ୍ଥିତ ପ୍ରତିଭାଦେବୀ ନର୍ସିଂ ସ୍କୁଲ ନିଳାନ୍ଦ୍ରୀ ବିହାର ରେ ଜିଏନ୍‌ଏ୍ ଟ୍ରେନିଂ କରୁଛନ୍ତି। କିନ୍ତୁ ତାଙ୍କ ଟ୍ରେନିଂ ରେ ପାଠ ପଢା ପାଇଁ ଯେତେ ପରିମାଣରେ ଟଙ୍କା ଆବଶ୍ୟକ ହୁଏ ତାହା ଯୋଗାଇବା କଷ୍ଟ ସାଧ୍ୟ ହେଇଥିଲେ ମଧ୍ୟ ଝିଅର ଉତ୍ତମ ଭବିଷ୍ୟତ ପାଇଁ ମା ଧାରକରଜ କରି ଟଙ୍କା ଯୋଗାଡ଼ କରି ତାହା ପୁରଣ କରିବା ସହିତ ଅତି ଦୁଃଖ ଦାୟକ ଜୀବନ ଯାପନ ବିତାଉଛନ୍ତି। ଯଦି ଏହି ପରିସ୍ଥିତିରେ ଆମେ କହିବା ଏହି ନିରୀହ ମହିଳା ଙ୍କ ପ୍ରତି ସରକାର ଅଣଦେଖା ହେଉଥିବା ତାହା ଅତ୍ୟୁକ୍ତି ହେବନାହିଁ। ଅତି ଦୁଃଖ ଓ ପରିତାପର ବିଷୟ ଏହି ମହିଳା ଜଣକ ଏ ପର୍ଯ୍ୟନ୍ତ ଭତ୍ତା ଟିଏ ପାଇଁ ହେଉ କିମ୍ବା ଘର ଖଣ୍ଡେ ପାଇଁ ହେଉ ପଞ୍ଚାୟତ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଇଥିଲେ ସୁଦ୍ଧା ନାଁ ପାଇଛନ୍ତି କାଳିଆ ଯୋଜନାର ଟଙ୍କା ନା ପାଇଛନ୍ତି ଆବାସ ଯୋଜନାର ଘର, ନା ପାଇଛନ୍ତି ଇନ୍ଦିରାଆବାସ ଗୃହ ନା ପାଇଛନ୍ତି ମୋ କୁଡ଼ିଆ ନା ପାଇଛନ୍ତି ବିଜୁ ପକ୍କା ଘର। ଯଦି ସରକାର ଯୋଜନା କୁହାଯାଏ ତାହେଲେ ମା ଝିଅ ଦସକେଜି ଚାଉଳ ବିନା ଅନ୍ୟ କିଛି ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି। ଦୁଃଖ ଓ ପରିତାପର ବିଷୟ ଅନେକ ନିର୍ବାଚନ ସମୟରେ ଗାଁ କୁ ବିଭିର୍ଣ୍ଣ ପ୍ରକାର ରାଜ ନେତା ମାନେ ଆସି ଗରିବ ଲୋକଙ୍କୁ ଭୁଆଁବୁଲା କଥା କହି ଲୋକଙ୍କୁ ମିଛ ପ୍ରତିଶୃତି ଦେଇ ଭୋଟ୍ ହାତେଉଛନ୍ତି। କିନ୍ତୁ ଅନ୍ୟ ଦିନ ଗୁଡ଼ିକରେ ଭୋଟ୍ ପାଇବା ପରେ ଏମାନଙ୍କ ଦୁଃଖ ଶୁଣିବାତ ଦୂରର କଥା ତାଙ୍କର ଛାଇ ମଧ୍ୟ ଦେଖିବାକୁ ମିଳୁନ ଥିବା ବିଷୟ ଅତି ଦୁଃଖ ଭରା କଣ୍ଠ ରେ କହିଛନ୍ତି। ଏ ନେଇଁ ଆମେ ଖଜୁରିପଡ଼ା ବ୍ଲକ୍ ଉନୟନ ଅଧିକାରୀ ରବୀନ୍ଦ୍ର ନାଥ କହଁର ଙ୍କ ପ୍ରତିକ୍ରିୟା ନେବାରୁ ଉକ୍ତ ଘଟଣା କୁ ତଦନ୍ତ କରାଯିବ ଏବଂ ତାଙ୍କୁ ଭତ୍ତା ଦେବା ସହିତ ପିଏମ୍‌ଏଓ୍ୱାଇ ଲିଷ୍ଟ ରେ ଯଦି ତାଙ୍କର ନାମ ଥାଏ ତେବେ ତାଙ୍କୁ ଘର ପ୍ରଦାନ କରାଯିବ ବୋଲି ଶ୍ରୀ କହଁର ପ୍ରତିକ୍ରିୟା ରଖିଛନ୍ତି। ଏହି ପରି ପ୍ରେକ୍ଷୀରେ ଏହି ଅସହାୟ ନିରୀହ ଗରିବ ମହିଳା ଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.