Home ଓଡ଼ିଶା ପଥର କ୍ରସର ରେ କାମକରୁଥିବା ବେଳେ ବିଦ୍ୟୁତ ଆଘାତରେ ଛାତ୍ରର ମୃତ୍ୟୁ,ପୁଲିସର ତଦନ୍ତ ଆରମ୍ଭ

ପଥର କ୍ରସର ରେ କାମକରୁଥିବା ବେଳେ ବିଦ୍ୟୁତ ଆଘାତରେ ଛାତ୍ରର ମୃତ୍ୟୁ,ପୁଲିସର ତଦନ୍ତ ଆରମ୍ଭ

124

ମାଲକାନଗିରି,୯ା୬(ଓଡିଆ ପୁଅ ) ଜଣେ କଲେଜ ପଢୁଆ ଆଦିବାସୀ ଛାତ୍ର ନିଜପରିବାର ପ୍ରତିପୋଷଣ ପାଇଁ ପଥର କ୍ରସରରେ କାମକରୁଥିବା ବେଳେ ବିଦ୍ୟୁତ ଆଘାତ ରେ ମୃତ୍ୟୁ ଘଟିଛି । ଏପରି ଅଭାବନୀୟ ଘଟଣାଘଟିଛି ମାଲକାନଗିରି ଥାନାସ୍ଥ ତମସା ପଚାଂୟତ ଦରିଗୁଡା ଗ୍ରାମରେ । କରୋନା ଲକଡାଉନ ପାଇଁ ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ଗୁଡିକ ଛୁଟି ହୋଇ ଯାଇଥିବାରୁ ଦରିଗୁଡା ଗ୍ରାମର ଯୁକ୍ତଦୁଇରେ ପଢୁଥିବା ମନୋଜ ମାଡକାମି(୧୭) ନାମକ ଜଣେ ଛାତ୍ର ଘର ଚଳାଇବା ପାଇଁ ତାଙ୍କ ଗ୍ରାମମୁଣ୍ଡରେ ଥିବା ଏକ ପଥର କ୍ରସରକୁ କାମକରିବାକୁ ଯାଇଥାନ୍ତି । ପ୍ରତି ଦିନପରି ଗତ କାଲି ସେ ମଧ୍ୟ କ୍ରସରକୁ କାମକରିବାକୁ ଯାଇଥିଲେ । ସେହି କ୍ରସରରେ କାମକରୁଥିବା ବେଳେ ହଟାତ ମେସିନରେ ବିଦ୍ୟୁତ ସଂସ୍ପର୍ଷରେ ଆସିଯାଇ ମନୋଜ ମାଡକାମି ବିଦ୍ୟୁତ ଆଘାତରେ ଦୁରକୁ ଛିଟିକି ପଡିଥିଲେ । ନିକଟରେ କାମକରୁଥିବା ଅନ୍ୟ ଶ୍ରମିକମାନେ ମନୋଜ ପାଖକୁ ଯାଇ ହସପିଟାଲ ନେବାକୁ ଚେଷ୍ଟାକରୁଥିବା ବେଳେ ମନୋଜଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ସଂପର୍କରେ ମନୋଜଙ୍କ ପରିବାର ଗତ କାଲିରାତ୍ର ରେ ମାଲକାନଗିରି ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ମୃତ ଶରୀର ଜବତ କରି ମାଲାକନଗିରି ହସପିଟାଲକୁ ଶବ ବ୍ୟବଛେଦପାଇଁ ପଠାଇଥିଲେ । ମାଲକାନଗିରି ଥାନା କେସ ନମ୍ବର ୧୮୪/୨୦ ରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁକରି ପୁଲିସ ଆଜି ମନୋଜଙ୍କର ଶବବ୍ୟବଛେଦ ପରେ ତାଙ୍କ ପରିବାରଙ୍କୁ ମୃତ ଶରୀର ହସ୍ତାନ୍ତର କରି ତଦନ୍ତ ଚଳାଇ ଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.