Home ଓଡ଼ିଶା ଓରକେଲ ଥାନା ପୁଲିସ ପକ୍ଷରୁ ୨୧୮କିଗ୍ରା ଗଞ୍ଜେଇ ଜବତ, ୨ ଗିରଫ

ଓରକେଲ ଥାନା ପୁଲିସ ପକ୍ଷରୁ ୨୧୮କିଗ୍ରା ଗଞ୍ଜେଇ ଜବତ, ୨ ଗିରଫ

100

ମାଲକାନଗିରି, ୦୯.୦୬. (ଓଡିଆ ପୁଅ ) ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ (ବାଲିମେଳା) ପୁଲିସ ୨୧୮କିଗ୍ରା ୪ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୨ଜଣ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ମାଲକାନଗିରି ଥାନା ଅନ୍ତର୍ଗତ ତଣ୍ଡାପାଲି ଗ୍ରାମର ଶଙ୍କର କବାସୀ (୨୧) ଓ ଯଦୁଗୁଡା ଗ୍ରାମର ଭୀମା କବାସୀ (୨୪) । ମିଳିଥିବା ସୁଚନା ପ୍ରକାରେ ସୋମବାର ସନ୍ଧ୍ୟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଓର୍କେଲ ଥାନା ଏସଆଇ ରଜନୀକାନ୍ତ ଦୀପ୍ ଓ ତାଙ୍କ ଟିମ୍ ତାର୍ଲାକୋଟା ପଂଚାୟତର ରଙ୍ଗମାଟିଗୁଡା ଗ୍ରାମ ନିକଟ ଜଙ୍ଗଲରେ ଛକି ରହିଥିଲେ । ଏହି ସମୟରେ କିଛି ଚୋରା ବେପାରୀ କାଉଡିରେ ଗଞ୍ଜେଇ ଭାର କରି ଆସୁଥିବା ବେଳେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ।  ଚାଲାଣକାରୀଙ୍କ ମଧ୍ୟରୁ ୨ ଜଣ ଧରା ପଡିଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ୫ଜଣ ଦୌଡି ପଳାଇ ଯିବାରେ  ସକ୍ଷମ ହୋଇଥିଲେ । ମୋଟ ୭ଟି କାଉଡିରେ ୨୧୮କିଗ୍ରା ୪ଶହ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡିଥିଲା ।  ଏହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି କୁହାଯାଇଛି । ଏହି ଗଞ୍ଜେଇ ଚିତ୍ରକୋଣ୍ଡା ଅଂଚଳରୁ ଛତିଶଗଡର ରାୟପୁର ଅଂଚଳକୁ ଚାଲାଣ ହେଉଥିବା ତଦନ୍ତକାରୀ ଅଧିକାରୀ ଏସଆଇ କୃତିବାସ ବେହେରା ପ୍ରକାଶ କରିଛନ୍ତି । ମଙ୍ଗଳବାର ଅପରାହ୍ନରେ ଓର୍କେଲଥାନା କେସ ନଂ ୧୦୩/୨୦ ପ୍ରକାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚାଲାକରା ଯାଇଛି,

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.