Home ଓଡ଼ିଶା କୋରକୁଣ୍ଡା ବ୍ଲକକୁ ଛୁଇଁଲା ‘କରୋନା’,ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ।

କୋରକୁଣ୍ଡା ବ୍ଲକକୁ ଛୁଇଁଲା ‘କରୋନା’,ଆଜି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ।

111

ମାଲକାନଗିରି,୯. ୬ (ଓଡିଆ ପୁଅ )
ମହାମାରୀ କରୋନା ଦାଉରୁ ଅଳ୍ପକେ ରକ୍ଷା ପାଇଥିବା ମାଲକାନଗିରି ଜିଲାକୁ କରୋନା ମୁକ୍ତ ଜିଲା ବୋଲି  ସୋମବାର ଦିନ ଜିଲା ପ୍ରଶାସନ ଘୋଷଣା କରିଥିଲେ । କିନ୍ତୁ ପ୍ରଶାସନର ଘୋଷଣା ୨୪ଘଟାଂ ନ ଯୀଉଣୁ ଆଜି  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଜଣାପଡିଛି । କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ତାର୍ଲାକୋଟା ପଂଚାୟତର ସଂଗରୋଧ କେନ୍ଦ୍ରରେ ରହୁଥିବା ଜଣେ ବ୍ୟକ୍ତି ବୋଲି ଜଣାପଡିଛି । ବ୍ୟକ୍ତି ଜଣକ ସୁରଟ ଫେରନ୍ତା । ଏଣୁ ତାର୍ଲାକୋଟା ସଂଗରୋଧ କେନ୍ଦର ୧ଶହ ମିଟର ଦୂରତା ପର୍ଯ୍ୟନ୍ତ ସମ୍ପୁଣ୍ଣ ଅଚଂଳକୁ କନଟେନମେଂଟ ଜୋନ ଭାବେ ଆସନ୍ତା ୭୨ଘଂଟା ପାଇଁ ଘୋଷଣା କରି ଆକ୍ରାନ୍ତଙ୍କୁ ମାଲକାନଗିରି କୋଭିଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛିା ସରପଚଂ ସୋମନାଥ ବାର୍ସେ ନିଜେ ଉପସ୍ଥିତ ରହି କଂଟେନମେଂଟ ଅଂଚଳକୁ ସିଲ କରିଥିଲେ ।  ପୁୂର୍ବରୁ ଜିଲାରେ ମୋଟ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବା ବେଳେ ଆଜି ଜଣେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଚିଂଥିବା ବେଳେ  ପୁବ ର୍ରୁ ୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.